ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବୀଶ:
ଜନସାଧାରଣଙ୍କର ସେବା କରିବା ଅଧିକାରୀମାନଙ୍କର ପରମ କର୍ତବ୍ୟ – ରାଜ୍ୟପାଳ ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) - ଲୋକସେବକ ଭାବେ ଜନସାଧାରଣଙ୍କର ସେବା କରିବା ହେଉଛି ଅଧିକାରୀମାନଙ୍କର ପରମ କର୍ତବ୍ୟ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଚଳିତ ଅକ୍ଟୋବର ୧୮ ତାରିଖ ଶୁକ୍ରବାର ଦିନ ଗୋପବନ୍ଧୁ ଏକାଡେମୀ
ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବୀଶ:


ଜନସାଧାରଣଙ୍କର ସେବା କରିବା ଅଧିକାରୀମାନଙ୍କର ପରମ କର୍ତବ୍ୟ – ରାଜ୍ୟପାଳ

ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) - ଲୋକସେବକ ଭାବେ ଜନସାଧାରଣଙ୍କର ସେବା କରିବା ହେଉଛି ଅଧିକାରୀମାନଙ୍କର ପରମ କର୍ତବ୍ୟ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଚଳିତ ଅକ୍ଟୋବର ୧୮ ତାରିଖ ଶୁକ୍ରବାର ଦିନ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍‌ମିନିଷ୍ଟ୍ରେସନ୍‌ର ୩୯ଜଣ ଓଡିଶା ପ୍ରଶାସନିକ ସେବାର ଶିକ୍ଷାନବୀଶ ରାଜଭବନଠାରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତବେଳେ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ଉଦ୍‌ବୋଧନଛଳରେ କହିଥିଲେ ଯେ, ରାଜ୍ୟର ବିକାଶ ଓ ଶାସନ କ୍ଷେତ୍ରରେ ଓ.ଏ.ଏସ୍ ଅଧିକାରୀମାନଙ୍କର ଯୋଗଦାନର ସମୃଦ୍ଧ ଇତିହାସ ରହିଛି। ଓଡିଶାର ଭବିଷ୍ୟତକୁ ଆଗକୁ ନେବାରେ ଉକ୍ତ କ୍ୟାଡର ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କର ଆଶା ଆକାଂକ୍ଷା ପୂରଣ କରିବାରେ ଅଧିକାରୀଙ୍କ ନିଷ୍ଠା ରହିବା ଦରକାର। ବିକାଶ ପାଇଁ ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସେତୁ ଭାବେ ଭାବନାତ୍ମକଭାବେ ଯୋଡ଼ି ହୋଇ ରହିବା ଏକାନ୍ତ ଆବଶ୍ୟକ। ରାଜ୍ୟ ହିତରେ ତଥା ଦେଶର ଏକତା ଓ ଅଖଣ୍ଡତାକୁ ମଜବୁତ୍ କରିବା ଏବଂ ସମ୍ବିଧାନର ଭାବନାକୁ ଉଜ୍ଜିବିତ କରିବା ପାଇଁ ସକରାତ୍ମକ ମନୋଭାବ ନେଇ କାମ କରିବା ଆବଶ୍ୟକ। ରାଜ୍ୟ ସରକାରଙ୍କ ନୀତି ନିୟମ ଯୋଜନା ଏବଂ ଲୋକ କଲ୍ୟାଣ କାର୍ଯ୍ୟକ୍ରମକୁ କିପରି ତୃଣମୂଳସ୍ତରରେ ଜନସାଧାରଣଙ୍କ ନିକଟରେ ପହଂଚା ଯାଇପାରିବ ସେ ଦିଗରେ ଯତ୍ନବାନ ହୋଇ କାମ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ୨୦୩୬ ମସିହା ବେଳକୁ ବିକଶିତ ଓଡିଶା ଗଠନ ପରପ୍ରେକ୍ଷୀରେ ପ୍ରଶାସନିକ ଅଧିକାରୀମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ ହୋଇଛି ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ରାଜ୍ୟପାଳ ଶିକ୍ଷାନବୀଶମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ଏହି କାର୍ଯ୍ୟକ୍ରମରେ ଦିଗ୍‌ଦର୍ଶନ ଦେଇଥିଲେ। ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍‌ମିନିଷ୍ଟ୍ରେସନ୍‌ର ଆଡ୍‌ସିନାଲ୍ କମିଶନର ଶିବ ନରାୟଣ ସାହୁ ଓ ଡେପୁଟି ଡିରେକ୍ଟର ଲାଲା ମନୋଜ କୁମାର ରାୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande