ଧର୍ମୀୟ ଚେତନାରେ ବିଜ୍ଞାନ ଅର୍ନ୍ତନିହିତ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଆମ ମାତୃଭାଷା ପରିଷଦର ଗର୍ଭଣା ସଂକ୍ରାନ୍ତି ଆସର ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ୍ କୁମାର ଦାଶଙ୍କ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଭଦ୍ରକ ସ୍ୱୟଂଶାଶିତ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ ଓ ଅଧ
MATRUBHASA PARISHAD SANKRANTI ASARA


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଆମ ମାତୃଭାଷା ପରିଷଦର ଗର୍ଭଣା ସଂକ୍ରାନ୍ତି ଆସର ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ୍ କୁମାର ଦାଶଙ୍କ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଭଦ୍ରକ ସ୍ୱୟଂଶାଶିତ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ ଓ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଆସରକୁ ଉଦ୍‌ଘାଟନ କରିଥିଲେ। ମାନବ ବାଦରେ ବିଜ୍ଞାନ ଓ ବିଶ୍ୱାସ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱୟଂଶାଶିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ. କମଳାକାନ୍ତ ଜେନା, ମୁଖ୍ୟବକ୍ତାଭାବେ ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ, ଅତିଥି ଭାବେ ଶିକ୍ଷାବିତ୍ ସନ୍ତୋଷ ସାହୁ, ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ଶିକ୍ଷାବିତ୍ ଗୟାଧର ପଣ୍ଡା, ପ୍ରାଧ୍ୟାପକ ମଧୁସୂଦନ ମହାପାତ୍ର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଶିକ୍ଷାବିତ୍ ଶାନ୍ତନୁ ରାଉତ୍‌, ସର୍ବୋଦୟ ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହି, ଡାକ୍ତର ନୀଳକଣ୍ଠ ପଣ୍ଡା ପ୍ରମୁଖ ଧର୍ମୀୟ ଚେତନାରେ ବିଜ୍ଞାନ ଅନ୍ତନିହିତ ଓ ଅନ୍ଧବିଶ୍ୱାସର ଅନ୍ତଃ କେବଳ ବିଜ୍ଞାନ ଦ୍ୱାରା ହୋଇପାରିବ ଏବଂ ପ୍ରତ୍ୟେକ ଶୃଙ୍ଖଳିତ ମାନବ ଜୀବନଚର୍ଯ୍ୟା ମଧ୍ୟରେ ବିଜ୍ଞାନ ଓତପ୍ରୋତଃ ଭାବେ ଜଡ଼ିତ, ଏଣୁ ଧର୍ମ ଓ ବିଶ୍ୱାସ ବିନା ଜୀବନ ଶୂନ୍ୟ ବା ଅସଫଳ ବୋଲି ମତବ୍ୟକ୍ତ କରିଥିଲେ। ଶୀକ୍ଷୟତ୍ରୀ ଜାନକୀ ପାଢ଼ୀ ଓ କବୀ ସଂଯୁକ୍ତା ବଳନାୟକଙ୍କ ସଂଯୋଜନାରେ କବି ସୁମିତ୍ରା ପାଣି, ମନୋରମା ମହାନ୍ତି, ଦମୟନ୍ତି ନାଥ, ସିପ୍ରା ଦାସ, ଅଧିବକ୍ତା ମନୋରଂଜନ ଦାସ, ବିପ୍ଳବୀ କବି ବିପ୍ଳବ ହୋତା, ଶ୍ରୀ ରମାକାନ୍ତ ପାଳ, ଅଧ୍ୟାପକ ଉମାକାନ୍ତ ମହାଳିକ, ଉତମ କୁମାର ମହାନ୍ତି, ଅବଦୁଲ ଦୟାନ୍‌, ଉର୍ଦ୍ଦୁକବି ମୁସ୍ତାକ ଗହ୍ୱର, କୈଳାଶ ଦାସ, ଅଂଶୁମାନ ସ୍ୱାଇଁ, ଅରୁପାନନ୍ଦ ନାୟକ, ଜଗନ୍ନାଥ ରାଉତ, ଦୟାନିଧି ବେହେରା, ଶଶାଙ୍କ ଶେଖର ପଣ୍ଡା, ନିରଞ୍ଜନ ନାୟକ, ସେବକ ଶ୍ରୀ ଶରତ କୁମାର ସାହୁ, ମାନସୀ ନାୟକ ପ୍ରମୁଖ ପ୍ରାୟ ୫୦ଜଣ କବି, କବୟୀତ୍ରୀ କବିତା ପାଠ କରିଥିଲେ। ମଂଚ ଆହ୍ୱାନ ଓ ଅତିପରିଚୟ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ସଂଗୀତ ଗାନ ଶଶିକଳା ମିଶ୍ର, ମଂଚ ପରିଚାଳନା ଓ ବେଦପାଠ, ସହସମ୍ପାଦିକା ଶିଶୁକବି ମମତାରାଣୀ ଦାଶ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶୀକ୍ଷାବିତ୍ ବାବୁଲାଲ୍ ଦାସ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande