ସୁନାମଧନ୍ୟ ଶିକ୍ଷାବିତ୍ ପଂଚାନନ ପଲେଇଙ୍କୁ ନାଗରିକ ସମ୍ବର୍ଦ୍ଧନା, ଗୁରୁମାନେ ହିଁ ପିଲାମାନଙ୍କ ଜୀବନର ପଥପ୍ରଦର୍ଶକ ହୋଇଥାନ୍ତି
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଓ ଛତ୍ରପଦାବାସୀଙ୍କ ତରଫରୁ ସୁନାମଧନ୍ୟ ଶିକ୍ଷାବିତ୍ କନିକା ଗୌରବ ପଞ୍ଚାନନ ପଲାଇଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଶୁକ୍ରବାର ନରେନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଇଂ ଅଭୟ ସୂତାରଙ୍
SIKHYABIT NKU SAMBARDHANA


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଓ ଛତ୍ରପଦାବାସୀଙ୍କ ତରଫରୁ ସୁନାମଧନ୍ୟ ଶିକ୍ଷାବିତ୍ କନିକା ଗୌରବ ପଞ୍ଚାନନ ପଲାଇଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଶୁକ୍ରବାର ନରେନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଗୋଲକ ଚନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ଭାବେ ସଂସ୍କୃତ ଗବେଷକ ବଂଶୀଧର ଭୋଇ, ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବିକାଶ ପରିଷଦ ସାଧାରଣ ସମ୍ପାଦକ ମହେଶ୍ୱର ବଳ, ଯୁବଶିଳ୍ପଉଦ୍ୟଗୀ ନିରୋଦ କୁମାର ରାଉତ, ଭୂମିକନ୍ୟାର ସଭାନେତ୍ରୀ ସଂଯୁକ୍ତା ବଳ, ବ୍ୟଙ୍ଗ କବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ଯୋଗ ଦେଇ ଗୁରୁମାନେ ପିଲାମାନଙ୍କ ଜୀବନର ପଥ ପ୍ରଦର୍ଶକ ହୋଇଥାନ୍ତି ବୋଲି କହିଥିଲେ। ଏହି ଅବସରରେ ଅତିଥିମାନେ ସୁନାମଧନ୍ୟ ଶିକ୍ଷାବିତ୍ ପଂଚାନନ ପଲେଇଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। କଣ୍ଠଶିଳ୍ପୀ ତରୁଣ କୁମାର ସୂତାର ଓ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଆବାହକ ଶିକ୍ଷାବିତ୍ କବି ଶୀତଳ କୁମାର ବେହେରା ଅତିଥି ପରିଚୟ ସହିତ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଉପଦେଷ୍ଟା ରାମକୃଷ୍ଣ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଲକ୍ଷ୍ମୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ କଣ୍ଠଶିଳ୍ପୀ ଶଶିକଳା ମିଶ୍ର, ଦେବେନ୍ଦ୍ର ପଣ୍ଡା ସଂଗୀତ ପରିବେଷଣ କରିଥିଲେ। ଛାତ୍ରଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅପରାହ୍ଣରେ ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନରେନ୍ଦ୍ରପୁର ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମଲ୍ଲିକ, ଶିକ୍ଷକ ବିଜୟ ତ୍ରିପାଠୀ, କାଦମ୍ବିନୀ ଧଳ, ସତ୍ୟାନନ୍ଦ ପଣ୍ଡା, ବିଶ୍ୱନାଥ ମିଶ୍ର, ସାଧୁଚରଣ ନାୟକ, କୁଞ୍ଜବିହାରୀ ମହାପାତ୍ର, ସୁରେନ୍ଦ୍ର ପଲେଇ, ଶଶଧର ରଣା, ନରେନ୍ଦ୍ର ସାମଲ, ପ୍ରଧାନ ଶିକ୍ଷକ ଅଜୟ ସାହୁ, ସାମ୍ବାଦିକ ଅଶୋକ ପଣ୍ଡା, ଲକ୍ଷ୍ମୀଧର ଭୋଇ, ମାୟାଧର ବେହେରା ପ୍ରମୁଖଙ୍କ ସହିତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ଥିଲେ। ନରେନ୍ଦ୍ରପୁର ସରକାରୀ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ରତ୍ନାକର ବାରିକ୍‌, ଶିକ୍ଷକ ଅରବିନ୍ଦ ସେଠୀ, ଜଗବନ୍ଧୁ ଜେନା, ରୀନା ଜେନା, ରମେଶ ଚନ୍ଦ୍ର ନାୟକ, ଶଶଧର ବେହେରା, ଗଙ୍ଗାଧର ସୂତାର ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande