ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବତନ ଛାତ୍ରଙ୍କ ସମାରୋହ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବତନ ଛାତ୍ରମାନଙ୍କର ଶୁକ୍ରବାର ସମାବେଶ ହୋଇଥିଲା। ଏହି ଅବସରରେ ପରିଚାଳନା ସମିତିର ସଭାପତି ନିଶାକର ନାୟକ ମାତୃମଣ୍ଡପରେ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତଙ୍କର ମଙ୍ଗଳ କାମନା କରିବା ସହିତ ଉପସ୍ଥିତ ଭାଇଭଉଣୀମାନଙ
SISU MANDIR PURATAN CHATRA SAMABES


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବତନ ଛାତ୍ରମାନଙ୍କର ଶୁକ୍ରବାର ସମାବେଶ ହୋଇଥିଲା। ଏହି ଅବସରରେ ପରିଚାଳନା ସମିତିର ସଭାପତି ନିଶାକର ନାୟକ ମାତୃମଣ୍ଡପରେ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତଙ୍କର ମଙ୍ଗଳ କାମନା କରିବା ସହିତ ଉପସ୍ଥିତ ଭାଇଭଉଣୀମାନଙ୍କୁ ଅଶୀର୍ବଚନ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନ ଆଚାର୍ଯ୍ୟ ରାଧାକୃଷ୍ଣ ସ ସ୍ୱାଗତ ଭାଷଣ, ବରିଷ୍ଠ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ ‘ମୋ ବିକାଶର ଶିଶୁ ବିଦ୍ୟାମନ୍ଦିରର ଭୂମିକା’ ଶୀର୍ଷକ ଉପରେ ନିଜ ନିଜର ଅନୁଭୂତି କହିଥିଲେ। ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଭବିଷ୍ୟତ ନିର୍ମାଣ ନିମନ୍ତେ ପ୍ରେରଣାଦାୟୀ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା ସମିତିର ସଦସ୍ୟ, ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande