ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) କଟକର ଏକ ଘରୋଇ ଡାକ୍ତରଖାନା ନାମରେ ଅଙ୍ଗ ଚୋରି ନେଇ ଅଭିଯୋଗ ଆସିଛି। ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଲା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଭିଯୋଗ ଆସିଥିବା ସଂପୃକ୍ତ ଘରୋଇ ଡାକ୍ତରଖାନା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ କରାଯ
ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) କଟକର ଏକ ଘରୋଇ ଡାକ୍ତରଖାନା ନାମରେ ଅଙ୍ଗ ଚୋରି ନେଇ ଅଭିଯୋଗ ଆସିଛି। ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଲା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଭିଯୋଗ ଆସିଥିବା ସଂପୃକ୍ତ ଘରୋଇ ଡାକ୍ତରଖାନା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଅଙ୍ଗ ତସ୍କରୀ ନେଇ ପରିବାର ଲୋକଙ୍କ ପକ୍ଷରୁ କନ୍ଧମାଳ ବାଲିଗୁଡ଼ା ଥାନାରେ ଏତଲା ହୋଇଥିଲା । ଏହା ପରେ ରୁଦ୍ର ହସ୍ପିଟାଲରେ ପୁଲିସ ପହଞ୍ଚିଛି। ପୁଲିସ ଡାକ୍ତରଖାନାର କର୍ମଚାରୀଙ୍କୁ ପଚରାଉଚରା କରିଛି। ଅନ୍ୟ ପକ୍ଷରେ ଅଭିଯୋଗକୁ ରୁଦ୍ର ହସ୍ପିଟାଲର ମ୍ୟାନେଜର ଖଣ୍ଡନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande