ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରେ କରାଯିବ : ଓଷ୍ଟା
କଟକ, 2 ଅକ୍ଟୋବର (ହି.ସ.) ଚଳିତ ବର୍ଷ ଅକ୍ଟୋବର ମାସ ୪ ତାରିଖରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା- ବ୍ଲକ୍ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ତଥା ରାଜ୍ୟର ପ୍ରାଥମିକ
ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରେ କରାଯିବ : ଓଷ୍ଟା


କଟକ, 2 ଅକ୍ଟୋବର (ହି.ସ.)

ଚଳିତ ବର୍ଷ ଅକ୍ଟୋବର ମାସ ୪ ତାରିଖରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା- ବ୍ଲକ୍ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ତଥା ରାଜ୍ୟର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସ୍କିମାଟିକ୍ ଶିକ୍ଷକ ନିଯୁକ୍ତିମେଳା ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରକୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରଶ୍ନପତ୍ର ବିତରଣ କେନ୍ଦ୍ରଗୁଡ଼ିକୁ ପଠାଇବାର ବନେ୍ଦାବସ୍ତ କରିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

ସୂଚନାଥାଉକି, ଚଳିତ ବର୍ଷ ଓଷ୍ଟା ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ଼ ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତିରେ ପ୍ରସ୍ତୁତ କରାଯାଇ ଓଡ଼ିଶାର ସମସ୍ତ ସ୍କୁଲକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ପରୀକ୍ଷା ନିମନ୍ତେ ଇଣ୍ଡେଣ୍ଟ ପ୍ରୋଫର୍ମାକୁ ନିର୍ଭୁଲ ଭାବରେ ପୂରଣ କରି ଓଷ୍ଟା ୱେବ୍ସାଇଟ୍ କିମ୍ବା ପରୀକ୍ଷା ମେଲ୍ ରେ ପଠାଇବାକୁ ବିଦ୍ୟାଳୟମାନଙ୍କୁ ଅନୁରୋଧ କରାଯାଇଛି । ଯେଉଁ ବିଦ୍ୟାଳୟମାନେ ସେମାନଙ୍କର ପ୍ରଶ୍ନପତ୍ର ନେବା ପାଇଁ ଇଣ୍ଡେଣ୍ଟ୍ ବିଭିନ୍ନ ମାଧ୍ୟମରେ ଓଷ୍ଟା କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି ସେମାନେ ପୁନର୍ବାର ପଠାଇବାର ଆବଶ୍ୟକତା ନାହିଁ । ଏ

ସମସ୍ତ ଗୋପନୀୟତା, ସ୍ୱଚ୍ଛତା ଓ ସଫଳତା ପାଇଁ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କର ସାହାଯ୍ୟ, ସହଯୋଗ ଓ ସଦିଚ୍ଛା କାମନା କରାଯାଉଛି ବୋଲି ଓଷ୍ଟା ପକ୍ଷରୁ ସର୍ବଶ୍ରୀ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ଏବଂ ପରୀକ୍ଷା ପରିଚାଳନା ସଂପାଦକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା ପ୍ରମୁଖ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande