ବିଏସଏଫ ଦକ୍ଷିଣ ବଙ୍ଗାଲ ଫ୍ରଂଟିୟରର ତସ୍କରୀ ବିରୋଧୀ ଅଭିଯାନ :  ୧.୨୭ କୋଟିର ଫେଂସେଡିଲ ଜବତ
କୋଲକାତା, ୨୨ ଅକ୍ଟୋବର (ହି.ସ.)- ସୀମା ସୁରକ୍ଷା ବଳ (ବିଏସଏଫ)ର ଦକ୍ଷିଣ ବଙ୍ଗାଲ ଫ୍ରଂଟିୟର ଭାରତ-ବାଙ୍ଗଲାଦେଶ ସୀମାରୁ ମାଦକ ଦ୍ରବ୍ୟ ତସ୍କରୀ ବିରୁଦ୍ଧରେ କଡ଼ା ଅଭିମୁଖ୍ୟ ଆପଣେଇଛି । ଗତ ଦୁଇ ମାସରେ ବିଏସଏଫ ୧.୨୭ କୋଟି ଟଙ୍କାର ଫେଂସେଡିଲ ବୋତଲ ସହିତତ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି । ତନ
ବିଏସଏଫ ଦକ୍ଷିଣ ବଙ୍ଗାଲ ଫ୍ରଂଟିୟରର ତସ୍କରୀ ବିରୋଧୀ ଅଭିଯାନ :  ୧.୨୭ କୋଟିର ଫେଂସେଡିଲ ଜବତ


କୋଲକାତା, ୨୨ ଅକ୍ଟୋବର (ହି.ସ.)- ସୀମା ସୁରକ୍ଷା ବଳ (ବିଏସଏଫ)ର ଦକ୍ଷିଣ ବଙ୍ଗାଲ ଫ୍ରଂଟିୟର ଭାରତ-ବାଙ୍ଗଲାଦେଶ ସୀମାରୁ ମାଦକ ଦ୍ରବ୍ୟ ତସ୍କରୀ ବିରୁଦ୍ଧରେ କଡ଼ା ଅଭିମୁଖ୍ୟ ଆପଣେଇଛି । ଗତ ଦୁଇ ମାସରେ ବିଏସଏଫ ୧.୨୭ କୋଟି ଟଙ୍କାର ଫେଂସେଡିଲ ବୋତଲ ସହିତତ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି । ତନ୍ମଧ୍ୟରେ ୩୫୦ କେଜି ଗଞ୍ଜେଇ ଏବଂ ଅନ୍ୟ ପ୍ରତିବନ୍ଧିତ ମାଦକ ଦ୍ରବ୍ୟ ସାମିଲ୍ ରହିଛି । ଏହି ଅଭିଯାନରେ ୭୪ ଜଣ ଭାରତୀୟ ଏବଂ ୧୯ ଜଣ ବାଙ୍ଗଲାଦେଶୀ ତସ୍କରଙ୍କୁ ଗିରଫ କରାଯାଇଛି । ବିଏସଏଫ ସ୍ଥାନୀୟ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ସହିତ ମିଶି ସୀମାବର୍ତୀ ଅଂଚଳରେ ତଲାସୀ ଅଭିଯାନକୁ ଆହୁରି ଜୋରଦାର୍ କରିଛି । ଯାହାଦ୍ୱାରା ମାଦକ ଦ୍ରବ୍ୟର ଅବୈଧ ତସ୍କରୀ ଉପରେ ରୋକ୍ ଲଗାଇବାରେ ବଡ ସଫଳତା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande