ଡିଆରଆଇ କୋଟିଏରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ସୁନା ବିସ୍କୁଟ କରିଛି ଜବତ, ଜଣେ ଗିରଫ
ସିଲିଗୁଡି, ୨୨ ଅକ୍ଟୋବର (ହିସ) - କେନ୍ଦ୍ରୀୟ ରାଜସ୍ୱ ଗୁପ୍ତଚର ବିଭାଗ (ଡିଆରଆଇ) କୋଟି କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଗୌରବ କୁମାର ସାହା। ସେ ଆସାମର ଧୁବଡି ଜିଲ୍ଲାର ବାସିନ୍ଦା। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ସିଲିଗୁଡି କୋ
ଡିଆରଆଇ କୋଟିଏରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ସୁନା ବିସ୍କୁଟ କରିଛି ଜବତ, ଜଣେ ଗିରଫ


ସିଲିଗୁଡି, ୨୨ ଅକ୍ଟୋବର (ହିସ) - କେନ୍ଦ୍ରୀୟ ରାଜସ୍ୱ ଗୁପ୍ତଚର ବିଭାଗ (ଡିଆରଆଇ) କୋଟି କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଗୌରବ କୁମାର ସାହା। ସେ ଆସାମର ଧୁବଡି ଜିଲ୍ଲାର ବାସିନ୍ଦା। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ସିଲିଗୁଡି କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ଜେଲ ପଠାଯାଇଥିଲା । ଏହି ସମୟ ମଧ୍ୟରେ ତାଙ୍କଠାରୁ ୧୯ ଟି ସୁନା ବିସ୍କୁଟ ଉଦ୍ଧାର କରାଯାଇଥିଲା। ଯାହାର ମୋଟ ଓଜନ ୨ କିଲୋଗ୍ରାମ ୨୧୫ ଗ୍ରାମ । ପୁନରୁଦ୍ଧାର ହୋଇଥିବା ସୁନାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୭୨ ଲକ୍ଷ ୫୭ ହଜାର ଟଙ୍କା ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ ଏହି ସୁନାକୁ ବାଂଲାଦେଶ-ଭାରତ ସୀମା ଦେଇ ଭାରତରେ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହାପୂର୍ବରୁ ଡିଆରଆଇ ଗୌରବଙ୍କୁ ଚୋରା ସୁନା ସହିତ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ସିଲିଗଡିି କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ ଜେଲ ପଠାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande