ଦ୍ୱାଦଶ  ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା
ସମ୍ବଲପୁର, ୩ ଅକ୍ଟୋବର (ହି.ସ.) - ସ୍ଥାନୀୟ ଡା. ଝସକେତନ ସାହୁ ପୌର ସନ୍ତରଣାଗାର ଠାରେ ଦ୍ୱାଦଶ 'ଖଟେଶ୍ୱର ପାଣ୍ଡେ ସ୍ମାରକୀ' ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭ଟି ଜିଲ୍ଲାର ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଳବ୍
ଦ୍ୱାଦଶ  ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା


ସମ୍ବଲପୁର, ୩ ଅକ୍ଟୋବର (ହି.ସ.) - ସ୍ଥାନୀୟ ଡା. ଝସକେତନ ସାହୁ ପୌର ସନ୍ତରଣାଗାର ଠାରେ ଦ୍ୱାଦଶ 'ଖଟେଶ୍ୱର ପାଣ୍ଡେ ସ୍ମାରକୀ' ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭ଟି ଜିଲ୍ଲାର ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଳବ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲା ଦଳଗତ ଚାମ୍ପିୟନ୍ ହୋଇଥିବା ବେଳେ ଭୁବନେଶ୍ୱର ଟିମ୍ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଛନ୍ତି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଏବଂ ମହାନଗର କମିଶନର ବେଦଭୂଷଣ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଦଯାପନୀ ସମାରୋହରେ ପୁରସ୍କାର ବିତରଣ କରିଥିଲେ । କ୍ଲବ୍ ସଭାପତି ପ୍ରେମରଞ୍ଜନ ପ୍ରଧାନ, ସମ୍ପାଦକ ସୁନ୍ଦରମଣୀ ବାରିକ୍‌, ଉପସଭାପତି ହରେକୃଷ୍ଣ ପଣ୍ଡାଙ୍କ ସମେତ ଅନୀଲ ବେରିହା, ସାଲେଗ୍ରାମ ଖୁଂଟିଆ, ଜଗବନ୍ଧୁ ବେହେରା, ସାହେବ ଖମାରୀ, ଲକ୍ଷ୍ମୀଚନ୍ଦ୍ର ମହାକୁର, ଅନନ୍ତ ବେରିହା ପ୍ରମୁଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande