ପାକିସ୍ତାନରେ ପଶତୁନ ତହଫୁଜ ଆନ୍ଦୋଳନକୁ ପ୍ରତିବନ୍ଧିତ କରାଗଲା
ଇସଲାମାବାଦ, ୭ ଅକ୍ଟୋବର (ହି.ସ.)- ପାକିସ୍ତାନର ସଂଘୀୟ ସରକାର ଦେଶରେ ଶାନ୍ତି ଓ ସୁରକ୍ଷା ନିମନ୍ତେ ବିପଦର ଦ୍ୱାହି ଦେଇ ରବିବାର ବିଳମ୍ବିତ ରାତିରେ ପଶତୁନ ତହଫୁଜ ଆନ୍ଦୋଳନ (ପିଟିଏମ) ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ପୂର୍ବରୁ ୧୯୯୭ ରେ ଏହି ସଂଗଠନକୁ ଆତଙ୍କବାଦ ବିରୋଧି ଅଧିନିୟମର ଧାରା ୧୧ ବି ଅନୁଯ
ପାକିସ୍ତାନରେ ପଶତୁନ ତହଫୁଜ ଆନ୍ଦୋଳନକୁ ପ୍ରତିବନ୍ଧିତ କରାଗଲା


ଇସଲାମାବାଦ, ୭ ଅକ୍ଟୋବର (ହି.ସ.)- ପାକିସ୍ତାନର ସଂଘୀୟ ସରକାର ଦେଶରେ ଶାନ୍ତି ଓ ସୁରକ୍ଷା ନିମନ୍ତେ ବିପଦର ଦ୍ୱାହି ଦେଇ ରବିବାର ବିଳମ୍ବିତ ରାତିରେ ପଶତୁନ ତହଫୁଜ ଆନ୍ଦୋଳନ (ପିଟିଏମ) ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ପୂର୍ବରୁ ୧୯୯୭ ରେ ଏହି ସଂଗଠନକୁ ଆତଙ୍କବାଦ ବିରୋଧି ଅଧିନିୟମର ଧାରା ୧୧ ବି ଅନୁଯାୟୀ ବେଆଇନ ଘୋଷିତ କରାଯାଇଛି ।

ଡନ୍ ସମାଚାରପତ୍ରର ନ୍ୟୁଜ ପୋର୍ଟାଲ ଅନୁସାରେ, ଆନ୍ତରିକ ମନ୍ତ୍ରାଳୟର ଅଧିସୂଚନାରେ ଉଲ୍ଲେଖ କରାଯାଇଛି ଯେ, ପିଟିଏମ ଦେଶରେ ସାର୍ବଜନିକ ବ୍ୟବସ୍ଥା ଏବଂ ସୁରକ୍ଷା ନିମନ୍ତେ ବଡ ବିପଦ ଉତ୍ପନ୍ନ କରିଛି । ଏଥିପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସଂଘିୟ ସରକାର ଦକ୍ଷିଣ ବଜିରିସ୍ତାନର ଯୁବକ ନକିବୁଲ୍ଲାହ ମହସୁଦଙ୍କ ହତ୍ୟା ପରେ ସ୍ଥାପିତ ଏହି ଆନ୍ଦୋଳନ ଏବଂ ଏହାର ନେତା ମଂଜୁର ପଶତିନର କଡ଼ା ଆଲୋଚନା କରିଛି । ମଂଜୁର ପଶତିନ ବିଦେଶୀ ଏଜେନ୍ସୀ ମାନଙ୍କ ଇସାରାରେ କାମ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ସରକାର । ତେବେ ସଂଗଠନର ନେତା ମାନେ ସରକାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପିଟିଏମ ଅକ୍ଟୋବର ୧୧ ରେ ପଶତୁନ କୌମି ଜିରଗାର ଆହ୍ୱାନ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande