ସୁଜଲ ସିଂଙ୍କ ପ୍ରତିନିଧିତ୍ୱ ପାଇଁ ଅନୁସଙ୍ଗୀକ ଖର୍ଚ୍ଚ ବହନ କରିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ
ସମ୍ବଲପୁର, ୧୩ ନଭେମ୍ବର (ହି.ସ.)
ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ଗତବର୍ଷର ଅଧିନାୟକ ତଥା ଡାହାଣ ହାତି ବ୍ୟାଟ୍ସମ୍ୟାନ ସୁଜଲ କେ. ସିଂ ଭାରତର ଜାତୀୟ ୟୁନିଭେର୍ସିଟି ଦଳରେ ସ୍ଥାନ ପାଇଥିବାରୁ ଖୁସିର ଲହର ଖେଳି ଯାଇଛି l ସୁଜଲ ଆସନ୍ତା ନଭେମ୍ବର ୨୫ ରୁ ଡିସେମ୍ବର ୬ ତାରିଖ ଯାଏ ଖେଳାଯିବାକୁ ଥିବା ଭାରତ ବନାମ ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚ ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହି ମ୍ୟାଚ ଗୁଡିକ ମୁମ୍ବାଇ ଓ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କ୍ରୀଡା ଅଧିକାରୀ ଡ଼. ଅବିନାଶ କର ଙ୍କର ସୂଚନା ମୁତାବକ ସୁଜଲଙ୍କର ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ଖେଳିବା ପ୍ରକ୍ରିୟା ରେ କୋଚିଂ, ରହଣି, ଯାତାୟାତ, କ୍ରୀଡା ସାମଗ୍ରୀ, କ୍ରୀଡା ପୋଷାକ ଇତ୍ୟାଦି ବାବଦ ରେ ପ୍ରାୟ ୮୮ ହଜାର ଟଙ୍କା ଖର୍ଚ୍ଚ ହେବ l ଏହି ବିଷୟରେ ଆଜି ଏକ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, କୁଳ ସଚିବ ଡ଼. ନୃପରାଜ ସାହୁ, ପିଜି କାଉନସିଲ ର ଅଧ୍ୟକ୍ଷ ତୁଷାର କାନ୍ତ ଦାସ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ବେହେରା, ସ୍ପୋର୍ଟ୍ସ କାଉନସିଲ ର ନିର୍ଦେଶକ ଡ଼. ଦେବେନ୍ଦ୍ର କୁମାର ମହାଳିକ, କ୍ରୀଡା ଅଧିକାରୀ ଡ଼. ଅବିନାଶ କର ଙ୍କର ଉପସ୍ଥିତ ରେ ଏକ ବିଶେଷ ବୈଠକ ବସିଥିଲା ଓ ସର୍ବସମ୍ମତି କ୍ରମେ ସୁଜଲ ଙ୍କର ଜାତୀୟ ବିଶ୍ୱବିଦ୍ୟାଳୟ ଦଳରେ ପ୍ରତିନିଧିତ୍ୱ ପାଇଁ ଯେଉଁ 88 ହଜାର ଟଙ୍କା ଅର୍ଥ ଆବଶ୍ୟକ ହେବ ତଥା ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବହନ କରିବା ବୋଲି ପ୍ରସ୍ତାବ ଅନୁମୋଦିତ ହୋଇଥଲା l
ସୂଚନା ଯୋଗ୍ୟ ଯେ, ସୁଜଳ ଗତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ଅଧିନାୟକ ଥିଲେ l ତାଙ୍କରି ନେତୃତ୍ୱ ରେ ଦଳ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିଲା l କେବଳ ସେତିକି ନୁହେଁ,ଏହି ଡାହାଣ ହାତି ବ୍ୟାଟ୍ସମ୍ୟାନ ସୁଜଲ ପୂର୍ବାଞ୍ଚଳ ଦଳ ରେ ସାମିଲ ମଧ୍ୟ୍ୟ ହୋଇଥିଲେ ଏବଂ ସେହି ଭିଜି ଟ୍ରଫି ରେ ତାଙ୍କର ଉଚ୍ଚକୋଟିର ପ୍ରଦର୍ଶନ ଆଧାର ରେ ସୁଜଳ କେ. ସିଂ ଙ୍କୁ ଜାତୀୟ ବିଶ୍ୱବିଦ୍ୟାଳୟ ଦଳରେ ପ୍ରତିନିଧିତ୍ୱ କରିବାର ସଯୋଗ ମିଳିପାରିଛି l ଆଗାମୀ ନଭେମ୍ବର ୧୮ ତାରିଖ ରୁ ନଭେମ୍ବର ୨୪ ତାରିଖ ଯାଏ ଭୁବନେଶ୍ୱର ଠାରେ କୋଚିଂ କେମ୍ପ ଅନୁଷ୍ଠିତ ହେବ ବୋଲି କ୍ରୀଡା ଅଧିକାରୀ ଡ଼. କର ସୂଚନା ପ୍ରଦାନ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ