କେନ୍ଦ୍ରାପଡ଼ା, ୧୯ ନଭେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ଚକ୍ଷୁ ବିଭାଗ ପକ୍ଷରୁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ଛାତ୍ରଛାତ୍ରୀଙ୍କ ଆଖି ପରୀକ୍ଷା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟେଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ କୁମାର ପ୍ରହରାଜଙ୍କ ସମେତ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ନୃପେନ ଶତପଥୀ, ଡାକ୍ତର ଅଜୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ପ୍ରଦିପ ନାଗଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ବ୍ଲକ ସ୍ତରରେ ଚକ୍ଷୁ ଚିକିତ୍ସା ଶିବିର କରାଇ ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଇବା, ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଚଷମା ବଣ୍ଟନ କରିବା, ଏହି ଚକ୍ଷୁ ଚିକିତ୍ସା ଶିବିରଟି ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ଫ୍ରେବୃଆରୀ ମାସ ୨୦୨୫ ଶେଷ ପର୍ଯ୍ୟନ୍ତ ସମାପ୍ତ ହେବ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ଭଲ ଭାବରେ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଔଷଧ ଓ ଚଷମା ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
ହିନ୍ଦୁସ୍ଥାନ ସମାଚାର / ରବି