ଭୁବନେଶ୍ୱର, 13 ନଭେମ୍ବର (ହି.ସ.)
- ଯିଏ ସିନେମାର ଶତ୍ରୁ ମୁଁ ତାର ଶତ୍ରୁ ବୋଲି କହିଛନ୍ତି
ମନୋଜ ମିଶ୍ର । ଆମ ସିନେମାରେ ବ୍ୟବସାୟ ହେଉନି। ଯେଉଁମାନେ ତିଆରି କରୁଛନ୍ତି ସିନେମା ସେମାନେ
ଦାୟୀ। ଯୁବପୀଢ଼ିଙ୍କ ପାଇଁ ଓଲିଉଡକୁ ଅପଡେଟ ହେବାକୁ ପଡିବ। ଗୋଟିଏ ଭଲ ସିନେମା ଦମନ ଓ କର୍ମା
ଭଳିଆ ହେଉ ଯାହା ବ୍ୟବସାୟ କରିବ। ଯିଏ ଏହାକୁ ଖରାପ୍ କରିବ ମୁଁ କହିବି। ଯିଏ ସିନେମାର ଶତ୍ରୁ
ମୋର ବି ଶତ୍ରୁ। ଯେଉଁ ଦଳ ସାଇବର ସେଲ୍ ଯାଇଥିଲେ ତାଙ୍କ ଦ୍ଵାରା ଭଲ ସିନେମା ହେଉନାହିଁ।
ଜ୍ୟୋତି ଦାସ ଗୁଡ ବୟ ସିନେମାର ନିର୍ମାତା। ସେ ଆଜି ପ୍ରଡ୍ୟୁସରଙ୍କୁ ଦେଖିଲେ ଲୁଚୁଛନ୍ତି। ତାପସ
ସରଗରିଆ କହିଲେ ମନୋଜ ସବୁ ଜାଣିଛି । ସବ୍ୟସାଚୀ ମହାପାତ୍ରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମନୋଜ
ମିଶ୍ର । ୨୫ ହଜାର ଲୋକ ଜୀବିକା ହରାଉଛନ୍ତି ମନୋଜ ମିଶ୍ରଙ୍କ ଯୋଗୁଁ କହିଲେ ସବ୍ୟସାଚୀ। ଆଜି
କର୍ମ ସାଢେ଼ ୬ କୋଟି ବ୍ୟବସାୟ କଲାଣି ଆଗକୁ ୧୦ କୋଟି କରିବ । ସେଇ ୨୫ ହଜାର ଲୋକ ଫାଇଦା ପାଇବେ
ବୋଲି ଉତ୍ତର ଦେଲେ ମନୋଜ ମିଶ୍ର।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା