ଭିଜିଲାନ୍ସ  ଆୟ ବହିର୍ଭୁତ ସମ୍ପତି ସମ୍ପତ୍ତି ମାମଲାରେ ଯୋଗାଣ ଅଧିକାରୀଙ୍କୁ ଗିରଫ କଲା
ଭୁବନେଶ୍ୱର, 21 ନଭେମ୍ବର - ଓଡ଼ିଶା ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତି ସମ୍ପତ୍ତି ଠୁଳ କରିବା ମାମଲାରେ ସୁବର୍ଣ୍ଣପୁରର ଯୋଗାଣ ଅଧିକାରୀ (ସିଏସଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ବିଭାଗ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ
ଭିଜିଲାନ୍ସ  ଆୟ      ବହିର୍ଭୁତ ସମ୍ପତି ସମ୍ପତ୍ତି ମାମଲାରେ ଯୋଗାଣ ଅଧିକାରୀଙ୍କୁ ଗିରଫ କଲା


ଭୁବନେଶ୍ୱର, 21 ନଭେମ୍ବର

- ଓଡ଼ିଶା ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତି ସମ୍ପତ୍ତି ଠୁଳ

କରିବା ମାମଲାରେ ସୁବର୍ଣ୍ଣପୁରର ଯୋଗାଣ ଅଧିକାରୀ (ସିଏସଓ) ସୁରେଶ କୁମାର

ପାଣିଗ୍ରାହୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ବିଭାଗ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା

ଦିଆଯାଇଛି ।

ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ,

ଜାଂଚ ପରେ ପାଣିଗ୍ରାହୀଙ୍କର ପାଖରେ ଆୟ

ଠାରୁ ଅଧିକ ବିପୁଳ ମାତ୍ରାରେ ସଂପତି ଥିବା ଜଣା ପଡିଛି । ଚଢାଉ ପରେ ତାଙ୍କ ନିକଟରେ 2ଟି ବଡ ବଡ ଘ , 4 ଏକର ଜମି ଉପରେ

ଥିବା ଏକ ଫାର୍ମହାଉସ୍ ଯାହାରେ 500

ଶାଗୁଆନ ଗଛ ରହିଛି, 19ଟି ପ୍ଲଟ୍

(ଭୁବନେଶ୍ୱରରେ 3, ସମ୍ବଲପୁରରେ

4, ବଲାଂଗୀରରେ

1, ଓ

ବରଗଡ଼ରେ 11), ₹1.72 କୋଟି

ଠାରୁ ଅଧିକ ବ୍ୟାଙ୍କ ଜମା,

ଏବଂ ₹1.49 ଲକ୍ଷ

ନଗଦ ଅଛି। ଏହି ସମ୍ପତ୍ତିଗୁଡିକ ସମ୍ପର୍କରେ ସେ ସନ୍ତୋଷଜନକ ସ୍ପଷ୍ଟିକରଣ ଦେଇ ପାରି ନଥିଲେ । ତେଣୁ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷର ସୂଚନା ଦିଆଯାଇଛି ।

ଉଲ୍ଲେଖନୀୟ ଯେ ଗତ ବୁଧବାର ଦିନ ସୁବର୍ଣ୍ଣପୁରର ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଉପରେ ଆୟ

ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ

ବିଭାଗ ଗୁରୁବାର ଭୁବନେଶ୍ୱର, ବଲାଂଗୀର, ସୁବର୍ଣ୍ଣପୁର

ଏବଂ ବରଗଡ଼ରେ 11ଟି

ସ୍ଥାନରେ ଚଢାଉ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande