ନିଖିଳ ଓଡିଶା ଗ୍ରାମପଂଚାୟତ ଶ୍ରମିକ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ 
ବଲାଙ୍ଗିର, ୨୧ ନଭେମ୍ବର (ହି.ସ.)- ନିଖିଳ ଓଡ଼ିଶା ଗ୍ରାମପଂଚାୟତ ଶ୍ରମିକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା । ଏଥିରେ ବିଦୁର କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଗ୍ରାମପଂଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ସୁଇପର ଯୋଗ ଦେଇଥିଲେ । କୋଶଳ କଳା ମଣ୍ଡଳ ଠାରୁ ବାହାରି ଭ
ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ


ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ


ବଲାଙ୍ଗିର, ୨୧ ନଭେମ୍ବର (ହି.ସ.)-

ନିଖିଳ ଓଡ଼ିଶା ଗ୍ରାମପଂଚାୟତ ଶ୍ରମିକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା । ଏଥିରେ ବିଦୁର କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଗ୍ରାମପଂଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ସୁଇପର ଯୋଗ ଦେଇଥିଲେ । କୋଶଳ କଳା ମଣ୍ଡଳ ଠାରୁ ବାହାରି ଭାଗରିଥି ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳ ଅଫିସ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରି ପଂଚାୟତିରାଜ ମନ୍ତ୍ରୀ ଓଡିଶା ସରକାର ତଥା ସଚିବ ପଂଚାୟତରାଜ ବିଭାଗଙ୍କୁ ଜିଲ୍ଲାପାଳ ବଲାଙ୍ଗିର ଙ୍କ ମାଧ୍ୟମରେ ଦାବି ପ୍ରଦାନ କରାଯାଇଥିଲା ।

ଏବି ବିକ୍ଷୋଭରେ ମୁଖ୍ୟ ଅତିଥି ରାଜ୍ୟ ଏଆଇଟିୟୁସି ସାଧାରଣ ସଂପାଦକ ବିଜୟ ଜେନା ଯୋଗ ଦେଇଥିବା ବେଳେ ଜିଲ୍ଲା ଏଆଇଟିୟୁସି ସଭାପତି ତିର୍ଥ ପଧାନ, ସହ-ସଂପାଦକ ସାଏବୁ ନନ୍ଦ ଯୋଗ ଦେଇଥିଲେ । ଏଥିରେ ଗ୍ରାମ ପଂଚାୟତ ରେ କାର୍ଯ୍ୟରତ ରାତ୍ର ଜଗୁଆଳି / ସୁଇପରମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ, ସାମାଜିକ ସୁରକ୍ଷାରେ ଅନ୍ତଭୁକ୍ତ, ମୃତ୍ୟୁକାଳିନ ସହାୟତା ରାଶି ପ୍ରଦାନ, ଅବସରକାଳିନ ଭତ୍ତା ପ୍ରଦାନ କରାଯାଉ, ମାସିକିଆ ଭତ୍ତା ପ୍ରଦାନ କରାଯାଉ ବୋଲି ବକ୍ତାମାନେ କହିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ଶ୍ୟାମ ପଟେଲ, କଳାହାଣ୍ଡି ଜିଲ୍ଲାରୁ ଯୋଗଦେଇଥିଲେ ଲଳିତ ପରି, ବରଗଡ ଜିଲ୍ଲାର ଗଜାନନ ନାଗ, ସୋନପୁର ଜିଲ୍ଲାରୁ ସୁରେନ୍ଦ୍ର ଗୁରୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ବେହେରା ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ଗ୍ରା.ପ. ରାତ୍ର ଜଗୁଆଳି ଓ ସୁଇପର ଭାଇମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ରାଜ୍ୟ ବିଧାନସଭା ଆଗରେ ବିକ୍ଷୋଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା l

ଉକ୍ତ ବିକ୍ଷୋଭ ପରେ ସମସ୍ତ ଜିଲ୍ଲାର ଗ୍ରା.ପ. ରାତ୍ର ଜଗୁଆଳି ଓ ସୁଇପରମାନଙ୍କର ଯାଦବ ଭବନରେ ସମ୍ମିଳନି ଗଠିତ ହୋଇ ବିଦୁର କୁମ୍ଭାର ଓ ସମ୍ପାଦକ ଭାବରେ ଶ୍ୟାମ ପଟେଲ ମନୋନିତ ହୋଇଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande