ମରଣଯନ୍ତା ପାଲଟିଛି ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା
ମାଲକାନଗିରି, ୨୧ ନଭେମ୍ବର (ହି.ସ.)- ମାଲକାନଗିରି ଜିଲା ବାଲିମେଳା ଠାରୁ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତାର ଉଭୟ ପାର୍ଶ୍ଵରେ ମାଟି ଧୋଇ ହୋଇଯିବା ସହ ବିରାଟକାୟ ଖାଲଖମା ସୃଷ୍ଟି ହୋଇଛି। ମାଲକାନଗିରି ଜିଲାଠାରୁ ଚିତ୍ରକୋଣ୍ଡା ବ୍ଲକ ସଦରମହକୁମା ଓ ସୀମାନ୍ତ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯ
ମରଣଯନ୍ତା ପାଲଟିଛି ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟରାସ୍ତା


ମାଲକାନଗିରି, ୨୧ ନଭେମ୍ବର (ହି.ସ.)- ମାଲକାନଗିରି ଜିଲା ବାଲିମେଳା ଠାରୁ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତାର ଉଭୟ ପାର୍ଶ୍ଵରେ ମାଟି ଧୋଇ ହୋଇଯିବା ସହ ବିରାଟକାୟ ଖାଲଖମା ସୃଷ୍ଟି ହୋଇଛି। ମାଲକାନଗିରି ଜିଲାଠାରୁ ଚିତ୍ରକୋଣ୍ଡା ବ୍ଲକ ସଦରମହକୁମା ଓ ସୀମାନ୍ତ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ନିମନ୍ତେ ଏକମାତ୍ର ଏହି ରାସ୍ତା ଉପରେ ଲୋକେ ନିର୍ଭରଶୀଳ। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ମାଲକାନଗିରି ଜିଲା ସମେତ ଆଖପାଖ ରାଜ୍ୟର -ଶତାଧ‌ିକ ଯାନବାହନ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି। ଏହା ଏକ ଘାଟି ରାସ୍ତା ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଲଗାଣ ବର୍ଷାରେ ଶତାଧିକ ଖାଲ ସୃଷ୍ଟି ହୋଇଛି। ଯାହାକି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟିଛି। ଏପରିକି ଅଧିକାଂଶ ଖାଲର ଗଭୀର ପ୍ରାୟ ୧ ଫୁଟରୁ ଅଧିକ ହୋଇଥିବା ଦେଖ‌ିବାକୁ ମିଳିଛି। ରାସ୍ତାର ଏଭଳି ଅବସ୍ଥା ଯୋଗୁ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ତଥାପି ସେମାନେ ନିଜ ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ବୋଲି କେତେକ ଗାଡ଼ି ଚାଳକ ଓ ଯାତ୍ରୀ କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande