ଭୁବନେଶ୍ୱର, 21 ନଭେମ୍ବର (ହି.ସ.)
-
ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଉତ୍କଳ କେଶରୀ ଡଃ
ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।ଜଣେ ଜାତୀୟତା ବାଦୀ ନେତା ଏବଂ ସମାଜ ସଂସ୍କାରକ ଭାବରେ ଶ୍ରୀ ମହତାବଙ୍କ ଅବଦାନଙ୍କୁ
ସମ୍ମାନ ଜଣାଇ ତାଙ୍କର ଜୟନ୍ତୀକୁ ଆମ ସରକାର ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ପାଳନ କରି ଏହାର
ପ୍ରଚାର ପ୍ରସାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା