ଦୁର୍ଯ୍ୟୋଧନ ଶତପଥୀ ସ୍ମାରକୀ ମେଧା ପୁରସ୍କାର
ସୁବର୍ଣ୍ଣପୁର, 27 ନଭେମ୍ବର (ହି.ସ.)ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇ ସର୍ବାଧିକ ନମ୍ବର ରଖିଥିବା ପୁଅ ଏବଂ ଝିଅଙ୍କୁ ପ୍ରତିବର୍ଷ ଦୁର୍ଯୋଧନ ଶତପଥୀ ମେଧା ପୁରସ୍କାର ପ୍ରଦାନ କରାଯାଇଥାଏ। ଏ ପୁରସ୍କାର ଶିକ୍ଷାନୁରାଗୀ ସ୍ବର୍ଗତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ତାଙ୍କର ଝିଅ ହ
ଦୁର୍ଯ୍ୟୋଧନ ଶତପଥୀ ସ୍ମାରକୀ ମେଧା ପୁରସ୍କାର


ଦୁର୍ଯ୍ୟୋଧନ ଶତପଥୀ ସ୍ମାରକୀ ମେଧା ପୁରସ୍କାର


ସୁବର୍ଣ୍ଣପୁର, 27 ନଭେମ୍ବର (ହି.ସ.)ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇ ସର୍ବାଧିକ ନମ୍ବର ରଖିଥିବା ପୁଅ ଏବଂ ଝିଅଙ୍କୁ ପ୍ରତିବର୍ଷ ଦୁର୍ଯୋଧନ ଶତପଥୀ ମେଧା ପୁରସ୍କାର ପ୍ରଦାନ କରାଯାଇଥାଏ। ଏ ପୁରସ୍କାର ଶିକ୍ଷାନୁରାଗୀ ସ୍ବର୍ଗତ ଶତପଥୀଙ୍କୁ

ଶ୍ରଦ୍ଧାଞ୍ଜଳି ପୂର୍ବକ ତାଙ୍କର ଝିଅ ହରି ପ୍ରିୟା ଏବଂ ଜ୍ବାଇଁ ଇ:ରମେଶ ପ୍ରସାଦ ପାଣିଗ୍ରାହୀ ୨୦୦୬ ମସିହାରୁ ନିରବଚ୍ଛିନ୍ନ ଭାବରେ ଦେଇ ଆସୁଛନ୍ତି। ଏ ପୁରସ୍କାର ବିତରଣ ଅବସରରେ ନବମ ଏବଂ ଦଶମ ପିଲାଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀ ଙ୍କୁ ଶ୍ରୀମତୀ ପାଣିଗ୍ରାହୀ ପୁରସ୍କୃତ କରିଥାଆନ୍ତି।ଚଳିତ ବର୍ଷ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଭାରେ ସଫଳ ଛାତ୍ରଛାତ୍ରୀଙ୍କୁ ଏ ପୁରସ୍କାର ବିତରଣ କରାଯାଇଥିଲା । ୨୦୨୩ ବୋର୍ଡ ପରୀକ୍ଷାରେ ଫଳ ଅନୁସାରେ ଅରବିନ୍ଦ ଭୋଇ ଏବଂ ରଞ୍ଜିତା ରାଣୀ ସାହୁ ପୁରସ୍କୃତ ହୋଇଥିବାବେଳେ ୨୦୨୪ ବୋର୍ଡ ପରୀକ୍ଷା ଫଳର ଅନୁସାରେ ଅର୍ପିତା ମିଶ୍ର ଏବଂ ଡିକେଶ ସାଲମା ଙ୍କୁ ଏ ପୁରସ୍କାର ଦିଆଯାଇଥିଲା।ବତ୍କୃତା ପ୍ରତିଯୋଗୀତା ରେ ମାମା ପୁଟେଲ ଏବଂ ସୁମିତ କୁମାର ମିଶ୍ର ଏବଂ ପ୍ରବନ୍ଧ ପ୍ରତିଯୋଗିତା ରେ ସୁହାନୀ ପ୍ରିୟଦର୍ଶିନୀ ଦାସ ଓ ବବଲୀ ଦନ୍ତା ଙ୍କୁ ପୁରସ୍କୃତ କରାଯାଇଥିଲା।

ପୁରସ୍କାର ବିତରଣ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜିତା ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଇ:ରମେଶ ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ତାଙ୍କ ପତ୍ନୀ ହରି ପ୍ରିୟା ପାଣିଗ୍ରାହୀ,ଅବସର ପ୍ରାପ୍ତ ଅଧ୍ୟାପିକା ଭାରତୀ ଶତପଥୀ,ଖାରୀ ହାଇସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ର, ମେଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଝସକେତନ ମେହେର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।ଶ୍ରୀ ପାଣିଗ୍ରାହୀ ଛାତ୍ରଛାତ୍ରୀ ଙ୍କୁ ଦୃଢ଼ ସଂକଳ୍ପ ଏବଂ ସମୟାନୁବର୍ତ୍ତୀତା ନେଇ ଉପାଦେୟ ପୁର୍ଣ ଉପଦେଶ ଦେଇଥିବା ବେଳେ ଆଗାମୀ ୨୦୨୫ ଦଶମ ବୋର୍ଡ ପରୀକ୍ଷାରେ ଏ+ନମ୍ବର ରଖି ଉତ୍ତୀର୍ଣ ହୋଇଥିବା କାରୀ ହାଇସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କୁ ଦଶ ହଜାର ଟଙ୍କାର ଲେଖାଏଁ ପୁରସ୍କାର ଦିଆଯିବ ବୋଲି କାରୀ ହାଇସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ର ଘୋଷଣା କରିଥିଲେ।

ସ୍କୁଲର ଶିକ୍ଷକ ସତ୍ୟବ୍ରତ ନାୟକ ସଭା ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande