ତୁଳସୀ ମହିଳା କଲେଜରେ ଆନ୍ତ ମହା ବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦ୍‌ଘାଟିତ
କେନ୍ଦ୍ରାପଡ଼ା, ୨୭ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ୨ ଦିନିଆ ଖୋ-ଖୋ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ସ
ତୁଳସୀ ମହିଳା କଲେଜରେ ଆନ୍ତ ମହା ବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦ୍‌ଘାଟିତ


କେନ୍ଦ୍ରାପଡ଼ା, ୨୭ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ୨ ଦିନିଆ ଖୋ-ଖୋ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ ରଞ୍ଜନ ସାହୁ ଉଦ୍‌ଘାଟନୀ ଉତ୍ସବରେ ପୌରୋହିତ୍ୟ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମଂଚାସୀନ ଅନ୍ୟତମ ଅତିଥି ମହାବିଦ୍ୟାଳୟର ଶୈକ୍ଷିକ ଅଧିକାରୀ ତଥା ଆଇ.କ୍ୟୁ.ଏ.ସି ସଂଯୋଜକ ଡ଼ ମଥୁରୀ ଚରଣ ନାୟକ, ପ୍ରାଶାସନିକ ଅଧିକାରୀ ପ୍ରଫେସର ଜ୍ୟୋତ୍ସ୍ନାମୟୀ ପତି, କ୍ରୀଡା ସଂସଦର ଉପସଭାପତି ଡ଼ ସୁଜାତା ମହାନ୍ତି, କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ସଂଯୁକ୍ତା ମହାନ୍ତି ଏହି ପ୍ରତିଯୋଗିତା ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ସନତ କୁମାର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ, ରଞ୍ଜିତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଅଧ୍ୟାପକ ଡ଼ ଶକ୍ତିଶେଖର ଦାଶ ସଂଯୋଜନା କରିଥିଲେ। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ, ମାହାଙ୍ଗା ମହିଳା ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ, ଯାଜପୁର ରୋଡ୍‌, ନିଗମାନନ୍ଦ ମହିଳା ମହାବିଦ୍ୟାଳୟ, ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ, ରାଣୀ ଶୁକଦେବୀ ମହିଳା ମହାବିଦ୍ୟାଳୟ ଆୟୋଜକ ତୁଳସୀ ମହିଳା ମହାବିଦ୍ୟାଳୟ ସମେତ ୧୨ ଗୋଟି ମହିଳା ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande