ଏକାଦଶ କୃଷି ଜନଗଣନା ଅଧୀନରେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ
ସମ୍ବଲପୁର, ୭ ନଭେମ୍ବର (ହି.ସ.)- ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏକାଦଶ ପର୍ଯ୍ୟାୟ-୨ ଓ ୩ ଅଧୀନରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ (
ଏକାଦଶ କୃଷି ଜନଗଣନା ଅଧୀନରେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ


ସମ୍ବଲପୁର, ୭ ନଭେମ୍ବର (ହି.ସ.)- ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏକାଦଶ ପର୍ଯ୍ୟାୟ-୨ ଓ ୩ ଅଧୀନରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ (ଉତ୍ତରାଞ୍ଚଳ) ସଞ୍ଜୟ କୁମାର ନନ୍ଦ, ରାଜ୍ୟ ନୋଡାଲ ଅଫିସର ପିଏମ୍ଏଫ୍ବିୱାଇ ଲକ୍ଷ୍ମୀଧର ବିଶ୍ୱାଳଙ୍କ ସହିତ ସିଡିଏଓ ଉମାକାନ୍ତ ମିଶ୍ର ମଞ୍ଚାସିନ ଥିଲେ।

ଡିଏଲସିସି ଗଠନ, ଏକାଦଶ କୃଷି ଜନଗଣନାରେ ଡିଏଲସିସିର ଭୂମିକା, କୃଷି ଜନଗଣନାର ଉଦ୍ଦେଶ୍ୟ, ଏକାଦଶ କୃଷି ଜନଗଣନା ଅବଧି, ମାନବ ସମ୍ବଳର ଆବଶ୍ୟକତା, ପ୍ରାଥମିକ କର୍ମଚାରୀ ଓ ସୁପରଭାଇଜରଙ୍କ ଭୂମିକା, ଭାରତ ସରକାରଙ୍କ ଅନୁଯାୟୀ ମାନ୍ୟତାର ଢାଞ୍ଚା, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଶେଷ କରିବା ପାଇଁ ତାରିଖଲାଇନ୍ ଉପରେ ବୈଠକରେ ଆଲୋଚନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande