ଶ୍ରୀନଗର, 8 ନଭେମ୍ବର (ହି.ସ.)- ଜମ୍ମୁ କଶ୍ମୀର
ବିଧାନସଭାରେ ଶୁକ୍ରବାର ପଂଚମ ତଥା ଶେଷ ଦିନ ବି ହଙ୍ଗାମା ହୋଇଛି । ପିଡିପି, ପିସି ଓ ଏଆଇପି
ବିଧାୟକମାନଙ୍କର ବିଜେପି ବିଧାୟକଙ୍କ ସହ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା ।
ଆଜି ସକାଳେ ଗୃହ କାର୍ଯ୍ୟ
ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ବିଧାନସଭା ଦ୍ୱାରା ପାରିତ ବିଶେଷ ଦର୍ଜା ପ୍ରସ୍ତାବ ଉପରେ ହଙ୍ଗାମା ଜାରି
ରଖିଥିଲେ । ବିଜେପି ବିଧାୟକ ଦ୍ୱାରା ବିଚ୍ଛିନ୍ନତାବାଦୀ ଅଟେ ଏବଂ ବିଚ୍ଛିନ୍ନତାବାଦୀ ଚଳିବ
ନାହିଁ ପରି ନାରା ଦେବା ପରେ ହାତାହାତି ହୋଇଥିଲା । ଏବଂ ପିସି ବିଧାୟକ ସଜ୍ଜାଦ ଲୋକ ଧାରା
370 ଓ 35 ଏକୁ ମୁଳ ରୂପରେ ପୁନର୍ସ୍ଥାପିତ କରିବା ଦାବି କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା