ନୂଆଦିଲ୍ଲୀ, ୦୨ ଜାନୁଆରୀ (ହିସ) - ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ମାମଲାର ଶୁଣାଣି ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏକ ସପ୍ତାହ ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ।
ଜାନୁୟାରୀ ୨୫, ୨୦୨୪ ରେ ସୁପ୍ରିମକୋର୍ଟ ମୌର୍ଯ୍ୟଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ କୌଣସି ନିରୋଧାତ୍ମକ କାର୍ଯ୍ୟ ଉପରେ ମଧ୍ୟବର୍ତୀକାଳୀନ ରହିତାଦେସ ଜାରି କରିଥିଲେ। ମୌର୍ଯ୍ୟ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ୟୁପିର ପ୍ରତାପଗଡ଼ ମୌର୍ଯ୍ୟଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ତାଙ୍କ ଆବେଦନରେ ମୌର୍ଯ୍ୟ ଅପରାଧିକ ମାମଲା ବନ୍ଦ କରିବାକୁ ଦାବି କରିଛନ୍ତି। ଶୁଣାଣି ସମୟରେ ଅଦାଲତ କହିଥିଲେ ଯେ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ତାଙ୍କ ନିଜର ମତ ହୋଇପାରେ। ଏହାକୁ କିପରି ଅପରାଧ ଭାବରେ ବିବେଚନା କରାଯାଇପାରିବ?
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ