ପ୍ରଧାନମନ୍ତ୍ରୀ ରବିବାର ଦିନ ଦିଲ୍ଲୀକୁ ୧୨,୨୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ କରିବେ ଉଦଘାଟନ
ନୂଆଦିଲ୍ଲୀ, ଜାନୁଆରୀ 5 (ହିସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦିଲ୍ଲୀରେ ରେଳ, ମେଟ୍ରୋ ଏବଂ ସ୍ୱାସ୍ଥ୍ୟ ସହ ଜଡିତ ୧୨,୨୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଆଜି ପ୍ରାୟ ୧୨:୧୫ ସମୟରେ ଦିଲ୍ଲୀରେ ୧୨,୨୦୦ କୋଟିର
ପ୍ରଧାନମନ୍ତ୍ରୀ ରବିବାର ଦିନ ଦିଲ୍ଲୀକୁ ୧୨,୨୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ କରିବେ ଉଦଘାଟନ


ନୂଆଦିଲ୍ଲୀ, ଜାନୁଆରୀ 5 (ହିସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦିଲ୍ଲୀରେ ରେଳ, ମେଟ୍ରୋ ଏବଂ ସ୍ୱାସ୍ଥ୍ୟ ସହ ଜଡିତ ୧୨,୨୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ ।

ଆଜି ପ୍ରାୟ ୧୨:୧୫ ସମୟରେ ଦିଲ୍ଲୀରେ ୧୨,୨୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧ ଟା ସମୟରେ ଗାଜିଆବାଦ ଜିଲ୍ଲାର ସାହିବାବାଦ ଆରଆରଟିଏସ ଷ୍ଟେସନରୁ ଦିଲ୍ଲୀର ନୂଆ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିବେ ।

ସାହିବାବାଦ ଏବଂ ନୂଆ ଅଶୋକ ନଗର ମଧ୍ୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ନମୋ ଭାରତ କରିଡରର ୧୩ କିଲୋମିଟର ଦୂରତାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ, ଯାହାର ମୂଲ୍ୟ ପ୍ରାୟ ୪,୬୦୦ କୋଟି ଟଙ୍କା ହେବ । ଏହି ଉଦ୍ଘାଟନ ସହିତ ଦିଲ୍ଲୀ ଏହାର ପ୍ରଥମ ନମୋ ଭାରତ ସଂଯୋଗ ପାଇବ ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande