କୋଲକାତା, ୦୬ ଜାନୁଆରୀ (ହିସ) - ଘନ କୁହୁଡ଼ି ହେତୁ ସୋମବାର କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର (ଏନଏସସିବିଆଇଏ) ରେ ପ୍ରାୟ ୬୦ ବିମାନ ଉଡାଣରେ ବିଳମ୍ବ ହୋଇଥିଲା।
ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ କହିଛନ୍ତି ଯେ ସକାଳ ୭ ଟାରୁ ଲୋ ଭିଜିବିଲିଟି ପ୍ରଣାଳୀ (ଏଲବିପି) ଲାଗୁ କରାଯାଇଥିଲା, ଯେଉଁଥିପାଇଁ ସକାଳ ୭:୧୦ ରୁ ୯ ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ଅବଧି ମଧ୍ୟରେ ପ୍ରାୟ ୩୦ ଟି ବିମାନ ପହଂଚିବା ଏବଂ ୩୦ ଟି ବିମାନ ଯାତ୍ରା ବିଳମ୍ବ ହୋଇଥିଲା । କୋଲକାତା ଆସୁଥିବା ପାଂଚଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଯାଇଥିଲା। ଟର୍ମିନାଲରେ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି ବିମାନବନ୍ଦର ଅଧିକାରୀ ଦାବି କରିଛନ୍ତି।
ସକାଳ ୯ ଟା ପରେ ଦୃଶ୍ୟମାନତା ଉନ୍ନତ ହେଲା ଏବଂ ଦୁବାଇରୁ କୋଲକାତା ପର୍ଯ୍ୟନ୍ତ ଏମିରେଟ୍ସ ବିମାନ (ଇକେ ୫୭୦) ସକାଳ ୯:୦୪ ରେ ପ୍ରଥମ ଅବତରଣ ରେକର୍ଡ କରାଯାଇଥିଲା । ଶୀତଦିନେ ଘନ କୁହୁଡି ଉଡ଼ାଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପହଂଚିବା ପୂର୍ବରୁ ବିମାନ ସୂଚନା ଯାଂଚ କରିବାକୁ ପରାମର୍ଶ ଦିଆଯାଇଛି।
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ