ନକଲି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବ୍ୟବହୃତ, ତୃଣମୁଳ କଂଗ୍ରେସ କଲା ଅଭିଯୋଗ
କୋଲକାତା, ୦୭ ଜାନୁଆରୀ (ହିସ) - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବ୍ୟବହାର କରି ନକଲି ବିଜ୍ଞାପନ ପ୍ରଚାର କରିବା ସମ୍ପର୍କରେ ତୃଣମୁଳ କଂଗ୍ରେସ ବାଲୁରଘାଟ ସାଇବର କ୍ରାଇମବ୍ରାଂଚରେ ଅଭିଯୋଗ କରିଛି। ଜିଲ୍ଲା ତୃଣମୁଳ କଂଗ୍ରେସର ସାଧାରଣ ସମ୍ପାଦକ ମାଫିଜୁଦ୍ଦିନ ମିୟାଙ୍କ ନେତୃତ୍ୱରେ ମଙ୍ଗଳବାର ଏହି
ନକଲି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବ୍ୟବହୃତ, ତୃଣମୁଳ କଂଗ୍ରେସ କଲା ଅଭିଯୋଗ


କୋଲକାତା, ୦୭ ଜାନୁଆରୀ (ହିସ) - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବ୍ୟବହାର କରି ନକଲି ବିଜ୍ଞାପନ ପ୍ରଚାର କରିବା ସମ୍ପର୍କରେ ତୃଣମୁଳ କଂଗ୍ରେସ ବାଲୁରଘାଟ ସାଇବର କ୍ରାଇମବ୍ରାଂଚରେ ଅଭିଯୋଗ କରିଛି। ଜିଲ୍ଲା ତୃଣମୁଳ କଂଗ୍ରେସର ସାଧାରଣ ସମ୍ପାଦକ ମାଫିଜୁଦ୍ଦିନ ମିୟାଙ୍କ ନେତୃତ୍ୱରେ ମଙ୍ଗଳବାର ଏହି ଅଭିଯୋଗ ହୋଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଦିନାଜପୁର ତୃଣମୁଳ ମହିଲା କଂଗ୍ରେସ ସଭାପତି ସ୍ନେହଲତା ହେମ୍ରମ ଏବଂ ଅନ୍ୟାନ୍ୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।

ମାଫିଜୁଦ୍ଦିନ ମିୟା ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବ୍ୟବହାର କରି ସୋସିଆଲ ମିଡିଆରେ ଏକ ନକଲି ବିଜ୍ଞାପନ ପ୍ରଚାର କରାଯାଉଛି। ଏହି ବିଜ୍ଞାପନରେ ମହିଳାମାନଙ୍କୁ ୪୦ ହଜାର ଟଙ୍କା ରୁଣ ଦେବାର ମିଥ୍ୟା ପ୍ରତିଶୃତି ଦିଆଯାଇଛି। ମିୟା ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ଏଭଳି କୈଣସି ନିଷ୍ପତି ନେଇ ନାହାଁନ୍ତି।

ଏହି ନକଲି ବିଜ୍ଞାପନ ପ୍ରଚାର କରୁଥିବା ଲୋକଙ୍କୁ ଚିହ୍ନଟ କରି ତୃଣମୁଳ କଂଗ୍ରେସ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି ଯେପରି କୌଣସି ବ୍ୟକ୍ତି ଏପରି ଠକାମୀର ଶିକାର ହେବେ ନାହିଁ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande