ନୂଆଦିଲ୍ଲୀ, 8 ଜାନୁଆରି (ହି.ସ.) -ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ ।
ଜାନୁଆରୀ ୯ ରେ ରାଷ୍ଟ୍ରପତି ମେଘାଳୟର ଉମିୟାମଠାରେ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପ୍ଲେକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ ।
ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଓଡ଼ିଶାର ଭୁବନେଶ୍ୱରଠାରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗଦେଇ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ