ତିରୁପତି ଦଳାଚକଟା- ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ନୂଆଦିଲ୍ଲୀ/ତିରୁପତି, 9 ଜାନୁଆରି (ହି.ସ.) - ଆନ୍ଧ୍ରପ୍ରଦେଶର ସୁପ୍ରସିଦ୍ଧ ତିରୁପତି ମନ୍ଦିରରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦଳାଚକଟା ଯୋଗୁ 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 40ରୁ ଅଧିକ ଆହତଙ୍କ ଚିକତ୍ସା ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ରାମନାରାୟଣ ରୁଇୟା ସ
ତିରୁପତି ଦଳାଚକଟା-    ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ନୂଆଦିଲ୍ଲୀ/ତିରୁପତି, 9 ଜାନୁଆରି (ହି.ସ.)

-

ଆନ୍ଧ୍ରପ୍ରଦେଶର ସୁପ୍ରସିଦ୍ଧ ତିରୁପତି ମନ୍ଦିରରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦଳାଚକଟା ଯୋଗୁ

6ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 40ରୁ ଅଧିକ ଆହତଙ୍କ ଚିକତ୍ସା ତିରୁପତିର ଶ୍ରୀ

ଭେଙ୍କଟେଶ୍ୱର ରାମନାରାୟଣ ରୁଇୟା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତିରୁମାଳା

ଶ୍ରୀଭାରୀ ବୈକୁଣ୍ଠ ଦ୍ୱାର ଟିକେଟ କାଉଂଟର ନିକଟରେ ବିଷ୍ଣୁ ନିବାସମ ନିକଟ ଦର୍ଶନ ଟୋକନ ବିତରଣ

ସମୟରେ ଏହି ଅଘଟଣ ଘଟିଥିଲା । ସମସ୍ତେ ବୁଧବାର ସନ୍ଧ୍ୟାରେ ଜାନୁୟାରୀ 10ରୁ 19 ଯାଏ ବୈକୁଣ୍ଠ

ଏକାଦଶୀ ଅବସରରେ ଖୋଲିବାକୁ ଥିବା ତିରୁମାଳା ବୈକୁଣ୍ଠ ଦ୍ୱାର ଦର୍ଶନର ଟୋକନ ନେବାକୁ ଲାଇନରେ

ଠିଆ ହୋଇଥିବା ବେଳେ ହଠାତ୍ ଦଳାଚକଟା ପରିସ୍ଥିତି ଉପୁଜିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ

ପୋଷ୍ଟରେ ଲେଖାଯାଇଛି ଯେ, ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟାରେ ଦୁଃଖିତ । ମୋର ସମବେଦନା

ପରିଜନଙ୍କୁ ହରାଇଥିବା ପରିବାର ସହିତ ରହିଛି । ମୁଁ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଆନ୍ଧ୍ରପ୍ରଦେଶ ସରକାର ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande