ଏୟରୋ ଇଣ୍ଡିଆକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ଜାନୁଆରୀ ୧୦ ରେ ରାଷ୍ଟ୍ରଦୂତମାନଙ୍କ ସହ କରିବେ ଗୋଲଟେବୁଲ ବୈଠକ
ନୂଆଦିଲ୍ଲୀ, ଜାନୁଆରୀ ୦୯ (ହି.ସ.)- ଏସିଆର ସର୍ବବୃହତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ 'ଏୟରୋ ଇଣ୍ଡିଆ'କୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ନୂଆଦିଲ୍ଲୀରେ ରାଷ୍ଟ୍ରଦୂତମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକର ଅଧ୍ୟକ୍ଷତା କରିବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୧୫୦
ଏୟରୋ ଇଣ୍ଡିଆକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ଜାନୁଆରୀ ୧୦ ରେ ରାଷ୍ଟ୍ରଦୂତମାନଙ୍କ ସହ କରିବେ ଗୋଲଟେବୁଲ ବୈଠକ


ନୂଆଦିଲ୍ଲୀ, ଜାନୁଆରୀ ୦୯ (ହି.ସ.)- ଏସିଆର ସର୍ବବୃହତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ 'ଏୟରୋ ଇଣ୍ଡିଆ'କୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ନୂଆଦିଲ୍ଲୀରେ ରାଷ୍ଟ୍ରଦୂତମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକର ଅଧ୍ୟକ୍ଷତା କରିବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୧୫୦ ରୁ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଦେଶର ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ବୈଠକରେ ତାଙ୍କୁ ଏୟରୋ ଇଣ୍ଡିଆର ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯିବ। ପ୍ରତିରକ୍ଷା ମନ୍ତ୍ରୀ ସମ୍ପୃକ୍ତ ଦେଶର ବରିଷ୍ଠ ନେତୃତ୍ୱଙ୍କୁ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରିବେ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande