ଟିବି ଉନ୍ମୋଳନ ଅଭିଯାନ ପାଇଁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ, 9 ଜାନୁଆରି (ହି.ସ.) - କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଟିବି ଉନ୍ମୋଳନ ଅଭିଯାନକୁ ନେଇ ଚିଠି ଲେଖିଛି । ଏଥିରେ କୁହାଯାଇଛି ଯେ, ଭାରତରେ ଏହି ରୋଗକୁ ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନ୍ତର୍ଗତ ଜେଲ
ଟିବି ଉନ୍ମୋଳନ ଅଭିଯାନ    ପାଇଁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ


ନୂଆଦିଲ୍ଲୀ, 9 ଜାନୁଆରି (ହି.ସ.)

- କେନ୍ଦ୍ର ଗୃହ

ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଟିବି ଉନ୍ମୋଳନ ଅଭିଯାନକୁ ନେଇ ଚିଠି

ଲେଖିଛି । ଏଥିରେ କୁହାଯାଇଛି ଯେ, ଭାରତରେ ଏହି ରୋଗକୁ ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କ

ପ୍ରତିବଦ୍ଧତା ଅନ୍ତର୍ଗତ ଜେଲ ଓ ସୁଧାର ସଂସ୍ଥାନରେ ଟିବି ଉନ୍ମୋଳନ ଉପରେ ଶହେଦିନିଆ ଏକ

ଅଭିଯାନ ଆୟୋଜନ କରନ୍ତୁ ।

ଏମଏଚଏ ସମସ୍ତ ରାଜ୍ୟ ଓ

କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ(ଗୃହ/ଜେଲ), ଡିଜି-ଆଇଜି ଜେଲକୁ ଟିବି ଉନ୍ମୋଳନ ଉପରେ ଶହେ

ଦିବସ ଅଭିଯାନ ଆୟୋଜନ କରିବାକୁ ଚିଠି ଲେଖି କହିଛି ଯେ, ଯେପରି ଆପଣ ଜାଣନ୍ତି ଟିବି ଜେଲରେ ଏକ

ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ଅଟେ କାରଣ ଜେଲରେ ବନ୍ଦ ସେଟିଂଗ ଓ ଗହଳି ଅଂଚଳରେ

ଟିବି ସଂକ୍ରମଣର ପ୍ରଜନନ ସ୍ଥାନ ହେବାର ସମ୍ଭାବନା ରହିଥାଏ, ଯେଉଁଥିରେ କଏଦୀଙ୍କ ଜନସଂଖ୍ୟାରେ

ରୋଗର ଭାର ବଢିଯାଇଥାଏ ଏବଂ କଏଦୀଙ୍କୁ ମୁକ୍ତ ପରି ଓ ସେମାନଙ୍କ ଆଗନ୍ତୁକଙ୍କ ସହିତ

କଥାବର୍ତ୍ତା ସମୟରେ ସାର୍ବଜନୀନ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ । ଅପର୍ଯ୍ୟାପ୍ତ ଯାଂଚ

ଓ ସଚେତନତାର ଅଭାବ କାରଣରୁ ଜେଲ ଭିତରେ ଟିବିକୁ ନିୟନ୍ତ୍ରଣ କରିବା ଚ୍ୟାଲେଂଜ ହୋଇଥାଏ ।

ତେଣୁ ସମସ୍ତ ଜେଲ ଓ

କାର୍ଯ୍ୟାଳୟ ଓ ସଙ୍ଗଠନରେ ସୂଚନା, ଶିକ୍ଷା ଓ ସଂଚାର ସାମଗ୍ରୀର ପ୍ରଦର୍ଶନ କରାଯାଉ । ଜେଲ ଓ

ସୁଧାର କେନ୍ଦ୍ରରେ କର୍ମଚାରୀଙ୍କ ମଧ୍ୟରେ ରୋଗ ସଂପର୍କରେ ସଚେତନତା ସୃଷ୍ଟି କରାଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande