କୋଲକାତା, ୦୮ ଜାନୁଆରୀ (ହିସ) - କୃଷକଙ୍କ ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ‘ବଙ୍ଗଳା ଶଶ୍ୟ ବିମା’ ଯୋଜନା ଅନୁଯାୟୀ ରାଜ୍ୟ ସରକାର ନଅ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ୩୫୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ସହାୟତା ସେହି କୃଷକମାନଙ୍କୁ ପ୍ରଦାନ କରାଯାଇଛି ଯାହାର ଖରିଫ ରୁତୁରେ ପ୍ରତିକୂଳ ପାଗ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି।
ଏହି ଯୋଜନା ଅନୁଯାୟୀ କୃଷକମାନଙ୍କୁ କୌଣସି ପ୍ରକାର ବୀମା ପ୍ରିମିୟମ ଦେବାକୁ ପଡିବ ନାହିଁ। ଆଳୁ ଏବଂ ଆଖୁ ସମେତ ସମସ୍ତ ଫସଲ ପାଇଁ ରାଜ୍ୟ ସରକାର ନିଜେ ବୀମା ପ୍ରିମିୟମ ବହନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ତାଙ୍କ ସରକାର ଆରମ୍ଭରୁ ବଙ୍ଗଳା ଚାଷୀଙ୍କ ସହ ଛିଡା ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ସହାୟତା ପ୍ରଦାନ ଜାରି ରଖିବ।
୨୦୧୯ ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଭାବିତ କୃଷକମାନଙ୍କୁ ୩,୫୬୨ କୋଟି ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସେ ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ଆମେ ସବୁବେଳେ ଆମର କୃଷକଙ୍କ ସହ ଛିଡା ହୋଇଛୁ ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ସମର୍ଥନ ଜାରି ରଖିବୁ। ଜୟ ବଙ୍ଗଳା!
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ