ଭାରତ-ବାଂଲାଦେଶ ସୀମାରେ .୭ ୩୬.୭୩ ଲକ୍ଷ ମୂଲ୍ୟର ସୁନା ଜବତ, ଜଣେ ଚୋରା ଚାଲାଣକାରୀ ଗିରଫ
କୋଲକାତା, ୮ ଜାନୁଆରୀ (ହିସ) - ଭାରତ-ବାଂଲାଦେଶ ସୀମାରେ ସୁନା ଚୋରା ଚାଲାଣ ପାଇଁ ଏକ ପ୍ରମୁଖ ପ୍ରୟାସକୁ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ପଂଡ କରିଛି। ବିଏସଏଫ ମଙ୍ଗଳବାର ଦିନ ଦକ୍ଷିଣ ବେଙ୍ଗଲ ସୀମାନ୍ତର ୧୪୬ ତମ ବାଟାଲିୟନ ଅଧୀନରେ ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଯେଉଁଥିରୁ ୩୬
ଭାରତ-ବାଂଲାଦେଶ ସୀମାରେ .୭ ୩୬.୭୩ ଲକ୍ଷ ମୂଲ୍ୟର ସୁନା ଜବତ, ଜଣେ ଚୋରା ଚାଲାଣକାରୀ ଗିରଫ


କୋଲକାତା, ୮ ଜାନୁଆରୀ (ହିସ) - ଭାରତ-ବାଂଲାଦେଶ ସୀମାରେ ସୁନା ଚୋରା ଚାଲାଣ ପାଇଁ ଏକ ପ୍ରମୁଖ ପ୍ରୟାସକୁ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ପଂଡ କରିଛି। ବିଏସଏଫ ମଙ୍ଗଳବାର ଦିନ ଦକ୍ଷିଣ ବେଙ୍ଗଲ ସୀମାନ୍ତର ୧୪୬ ତମ ବାଟାଲିୟନ ଅଧୀନରେ ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଯେଉଁଥିରୁ ୩୬ ଲକ୍ଷ ୭୩ ହଜାର ୭୪୭ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି।

ବିଏସଏଫ ସୂତ୍ର ଅନୁଯାୟୀ ଅଭିଯୁକ୍ତ ନାଇମ ଶେଖ ବାଂଲାଦେଶରୁ ସୁନା ବିସ୍କୁଟ ଏବଂ ଗୋଟିଏ ସିକା ନେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଚାରଭଦ୍ରା ଅଂଚଳରୁ ସୀମା ପାର ହେଉଥିବାବେଳେ ବିଏସ୍‌ଏଫ୍ ଯବାନମାନେ ତାଙ୍କର ସନ୍ଦେହଜନକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରିଥିଲେ। ଖୋଜାଖୋଜି ସମୟରେ ତିନୋଟି ସୁନା ବିସ୍କୁଟ ଏବଂ ତାଙ୍କ ପୋଷାକରେ ଲୁଚି ରହିଥିବା ଏକ ସୁନା ସିକ୍କା ଉଦ୍ଧାର କରାଯାଇଥିଲା।

ଗିରଫ ଅଭିଯୁକ୍ତଙ୍କୁ ଜାଳଙ୍ଗି ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଥିବା ବିଏସଏଫ ବୁଧବାର ସୂଚନା ଦେଇଛି। ଉଦ୍ଧାର ହୋଇଥିବା ସୁନାକୁ କଷ୍ଟମ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande