ସ୍ୱାସ୍ଥ୍ୟ ଆଧାରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆସାରାମ ବାପୁଙ୍କୁ ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ, ଭେଟି ପାରିବେ ନାହିଁ ଭକ୍ତଙ୍କୁ
ନୂଆଦିଲ୍ଲୀ, ୦୭ ଜାନୁଆରୀ (ହିସ) - ବଳାତ୍କାର ମାମଲାରେ ସ୍ୱାସ୍ଥ୍ୟଗତ ଆଧାରରେ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ବେଂଚ ଆସାରାମ ବାପୁଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ମଧ୍ୟବର୍ତୀକାଳୀନ ଜାମିନ ସମୟରେ ଆସାରାମ ବାପୁଙ୍କୁ ତାଙ୍କ ଭକ୍ତଙ୍କ
ସ୍ୱାସ୍ଥ୍ୟ ଆଧାରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆସାରାମ ବାପୁଙ୍କୁ ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ, ଭେଟି ପାରିବେ ନାହିଁ ଭକ୍ତଙ୍କୁ


ନୂଆଦିଲ୍ଲୀ, ୦୭ ଜାନୁଆରୀ (ହିସ) - ବଳାତ୍କାର ମାମଲାରେ ସ୍ୱାସ୍ଥ୍ୟଗତ ଆଧାରରେ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ବେଂଚ ଆସାରାମ ବାପୁଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ମଧ୍ୟବର୍ତୀକାଳୀନ ଜାମିନ ସମୟରେ ଆସାରାମ ବାପୁଙ୍କୁ ତାଙ୍କ ଭକ୍ତଙ୍କୁ ଭେଟିବାକୁ କୋର୍ଟ ବାରଣ କରିଛନ୍ତି। ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଯେ ଆସାରାମ ବାପୁଙ୍କୁ ୮୬ ବର୍ଷ ଏବଂ ହୃଦଘାତ ବ୍ୟତୀତ ତାଙ୍କର ଅନେକ ବୟସ ସମ୍ବନ୍ଧୀୟ ରୋଗ ରହିଛି।

ଆସାରାମଙ୍କୁ ଗତ ୧୦ ବର୍ଷ ଧରି ରାଜସ୍ଥାନର ଯୋଧପୁର ଜେଲରେ ରଖାଯାଇଛି ଏବଂ ତାଙ୍କ ଜାମିନ ଆବେଦନକୁ ବାରରୁ ଅଧିକ ଥର ପ୍ରତ୍ୟାଖ୍ୟାନ କରାଯାଇଛି। ଯୈାନ ଉତ୍ପୀଡ଼ନ ଅଭିଯୋଗରେ ଆସାରାମଙ୍କୁ ୨୦୧୩ ରେ ଗିରଫ କରାଯାଇଥିଲା। ଅଗଷ୍ଟ ୨୦, ୨୦୧୩ ରେ ଯୋଧପୁର ଆଶ୍ରମରେ ତାଙ୍କ ବିରୋଧରେ ଯୈାନ ଶୋଷଣ ମାମଲା ରୁଜୁ ହୋଇଥିଲା। ଏହା ବ୍ୟତୀତ ସୁରଟର ଦୁଇ ଭଉଣୀ ତାଙ୍କୁ ୨୦୦୧ ରେ ଆଶ୍ରମରେ ବଳାତ୍କାର କରିଥିବା ଅଭିଯୋଗ କରିଥିଲେ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande