ଛତିଶଗଡରେ ଗୁଳି ବିନିମୟ, ପ୍ରଧାନ ଆରକ୍ଷକ ସହିଦ, 4 ନକ୍ସଲଙ୍କ ମୃତଦେହ ଜବତ
ନାରାୟଣପୁର/ଦାନ୍ତେୱାଡା, 5 ଜାନୁଆରି (ହି.ସ.) - ଛତିଶଗଡର ଦକ୍ଷିଣ ଅବୁଝମାଡରେ ନକ୍ସଲଙ୍କ ସହିତ ଗୁଳି ବିନିମୟରେ ଦାନ୍ତେୱାଡା ଡିଆରଜିର ପ୍ରଧାନ ଆରକ୍ଷକ ସନ୍ନୁ କାରମ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନ ସମୟରେ ଏବେ ସୁଦ୍ଧା 4ଜଣ ପୋଷାକଧାରୀ ନକ୍ସଲଙ୍କ ମୃତଦେହ ଜବତ ହୋଇଛି ।
ଛତିଶଗଡରେ ଗୁଳି ବିନିମୟ, ପ୍ରଧାନ ଆରକ୍ଷକ ସହିଦ, 4 ନକ୍ସଲଙ୍କ    ମୃତଦେହ ଜବତ


ନାରାୟଣପୁର/ଦାନ୍ତେୱାଡା, 5 ଜାନୁଆରି (ହି.ସ.)

- ଛତିଶଗଡର ଦକ୍ଷିଣ ଅବୁଝମାଡରେ ନକ୍ସଲଙ୍କ

ସହିତ ଗୁଳି ବିନିମୟରେ ଦାନ୍ତେୱାଡା ଡିଆରଜିର ପ୍ରଧାନ ଆରକ୍ଷକ ସନ୍ନୁ କାରମ ସହିଦ ହୋଇଛନ୍ତି ।

ସର୍ଚ୍ଚ ଅପରେସନ ସମୟରେ ଏବେ ସୁଦ୍ଧା 4ଜଣ ପୋଷାକଧାରୀ ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଏହା

ବ୍ୟତୀତ ଏକେ-47, ଏସଏଲଆର ପରି ଅଟୋମେଟିକ ଅସ୍ତ୍ରଶସ୍ତ୍ର ବି ଜବତ କରାଯାଇଛି । ଦାନ୍ତେୱାଡା

ପୋଲିସ ଏସପିଙ୍କ ମୁତାବକ ନକ୍ସଲ ବିରୋଧୀ ସର୍ଚ୍ଚ ଅଭିଯାନ ଅନ୍ତର୍ଗତ ଜାନୁୟାରୀ 3ରେ

ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର, ପୋଡାଗାଓଁ ଜିଲ୍ଲାର ଡିଆରଜିଙ୍କ ସହିତ ଏସଟିଏଫର ମିଳିତ

ଟିମ୍ ଅବୁଝମାଡ ବାହାରିଥିଲେ । ନକ୍ସଲଙ୍କ ଉପସ୍ଥିତିକୁ ଦେଖି ଜାନୁୟାରୀ 4 ତାରିଖ ସନ୍ଧ୍ୟାରେ

ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande