ରୁଦ୍ରପ୍ରୟାଗ, 5 ଜାନୁଆରି (ହି.ସ.)- ରୁଦ୍ରପ୍ରୟାଗ ପୋଖରୀ ମୋଟର ମାର୍ଗରୁ ବଦ୍ରିନାଥ
ହାଇୱେକୁ ଯୋଡୁଥିବା ନିର୍ମାଣଧୀନ ପୋଲରେ ଶନିବାର ରାତିରେ ଟାୱର କ୍ରେନ ଟ୍ରଲି ଭାଙ୍ଗିବା
କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ ହୋଇଥିବା ବେଳେ ଏବେ ବି 4ଜଣ ଫସିରହିଛନ୍ତି ।
ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀଙ୍କ ମୁତାବକ ରାତି ପ୍ରାୟ
9ଟା ବେଳେ ରୁଦ୍ରପ୍ରୟାଗ ପୋଖରୀ ମୋଟର ମାର୍ଗରୁ ବଦ୍ରିନାଥ ହାଇୱେକୁ ଯୋଡୁଥିବା ନିର୍ମାଣଧୀନ
ପୋଲରେ କାମ କରୁଥିବା ଦୁଇଜଣ ଶ୍ରମିକ ଟାୱର କ୍ରେନ ଟ୍ରଲି ଭାଙ୍ଗିଯିବା କାରଣରୁ ତଳକୁ
ଖସିପଡିଥିଲେ । ଏବଂ 4ଜଣ ଶ୍ରମିକ ପୋଲର ଉପର ଗାଡରରେ ଫସିରହିଛନ୍ତି । ସୂଚନା ପାଇବା ପରେ
ଏସଡିଆରଏଫ ଘଟଣାସ୍ଥଳରେ ପହଂଚିଥିଲେ । ଏଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା