ନୂଆଦିଲ୍ଲୀ, 5 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର
ଭୋଟରଙ୍କୁ ବିଧାନସଭା ନିର୍ବାଚନରେ ବିଜେପିକୁ ଏକ ସୁଯୋଗ ଦେବାକୁ ଅପିଲ କରିଛନ୍ତି । ସେ
ଦିଲ୍ଲୀବାସୀଙ୍କୁ ବିଶ୍ୱାସ ଦେଇଛନ୍ତି ଯେ, ବିଜେପିର ବିଜୟ ହେଲେ ଦିଲ୍ଲୀରେ ଜନହିତକାରୀ କୌଣସି
ଯୋଜନା ବନ୍ଦ ହେବନି ।
ଦିଲ୍ଲୀର ଜାପାନୀ ପାର୍କରେ ଆୟୋଜିତ ବିଜେପିର ପରିବର୍ତ୍ତନ ରାଲିରେ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଲୋକଙ୍କ ଡରାଯାଉଛି ଯେ, ବିଜେପି ଜିତିଲେ ଅନେକ ଯୋଜନା
ବନ୍ଦ ହୋଇଯିବ । ସେ କହିଛନ୍ତି ଯେ, ଦିଲ୍ଲୀରେ ଜନହିତର କୌଣସି ଯୋଜନା ବନ୍ଦ ହେବନି, କିନ୍ତୁ
ସେଥିରେ ଯେଉଁ ବେଇମାନର ଠେକା ରହିଛି, ତାକୁ ବାହାର କରାଯିବ । ଗତ 10 ବର୍ଷରେ ରାଜ୍ୟ ସରକାରର
ଯୋଜନା କେବଳ କାଗଜରେ ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା