ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା । 20 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ ଚତୁର୍ଥ
ପର୍ଯ୍ୟାୟ ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି
ଯେ, ବଣ୍ଡା ଘାଟି ଅପହଞ୍ଚ ଥିଲା,ମୁଁ କହିଥିଲି
ବଣ୍ଡାଘାଟୀ ଯିବି, ସେଠୀ 12000ରୁ ଉର୍ଦ୍ଧ୍ବ
ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । 9000 ମହିଳା ପାଇଛନ୍ତି
ପ୍ରଥମ କିସ୍ତି,3000 ମହିଳା ଏଯାଏଁ ପାଇ ନାହାଁନ୍ତି,ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହେଇଛି । ପାନୀୟ
ଜଳ ସମସ୍ୟା,ସ୍କୁଲ ସମସ୍ୟା,ଇଣ୍ଟରନେଟ ସମସ୍ୟା
ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି । ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା 20 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ । ପ୍ରସ୍ତୁତି
ଚାଲିଛି,ସମସ୍ତଙ୍କୁ ସୁଯୋଗ ଦିଆ ଯିବ । ଭେରିଫାଇ କରିବାରେ
ଟିକେ ଡେରି ହେଉଛି । କିଛି ଜାଗାରେ ଜମି ପାଇଁ ସମସ୍ୟା ଅଛି । 30 ତାରିଖ ଟାର୍ଗେଟ ରଖିଛୁ । ସବୁ ଭେରିଫିକେସନ୍ ଯଦି
ସରିଲା ତେବେ ଜାନୁଆରୀରେ ମିଳିବ ବୋଲି ଆଶା ରଖିଛୁ ବୋଲି ପ୍ରଭାତି ପରିଡା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା