କଦମପଡା ଶିଶୁ ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ
ବଲାଙ୍ଗିର, ୨୨ ଡିସେମ୍ବର (ହି.ସ.)- ଗତକାଲି ବଲାଙ୍ଗୀର ସ୍ଥିତ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୪୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ସହପ୍ରାନ୍ତ
କଦମପଡା ଶିଶୁ ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ


କଦମପଡା ଶିଶୁ ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ


କଦମପଡା ଶିଶୁ ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ


କଦମପଡା ଶିଶୁ ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ


କଦମପଡା ଶିଶୁ ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ


ବଲାଙ୍ଗିର, ୨୨ ଡିସେମ୍ବର (ହି.ସ.)- ଗତକାଲି ବଲାଙ୍ଗୀର ସ୍ଥିତ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୪୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ସହପ୍ରାନ୍ତ ନିରୀକ୍ଷକ ଶିକ୍ଷା ବିକାଶ ସମିତି ହେମନ୍ତ କୁମାର ଧର ଯୋଗ ଦେଇଥିଲେ । ବିଦ୍ୟାଳୟର ଘଣ୍ଟଦଳ ଓ ଶଙ୍ଖଦଳ ତଥା ଘୋଷ ସଞ୍ଚଳନ ସହ ଅତିଥିମାନଙ୍କୁ ଏକ ଭବ୍ୟ ସ୍ବାଗତ ଦିଆଯାଇଥିଲା । ସମବେତ ସଙ୍ଗୀତ ଗାନ ପରେ ମଞ୍ଚାସୀନ ଅତିଥିଙ୍କ ପରିଚୟ ଓ ସ୍ବାଗତ ଭାଷଣ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲ କରିଥିଲେ । ବାର୍ଷିକ ବିବରଣୀ ପାଠ ପ୍ରଧାନାଚାର୍ଯ୍ୟ ସୁବ୍ରତ କୁମାର ବେହେରା କରିଥିଲେ । ମୁଖ୍ୟ ଅତିଥି ଉଦବୋଧନ ପ୍ରଦାନ କରିଥିଲେ । ତାପରେ ବ୍ୟକ୍ତିଗତ ଗୀତ ପରିବେଷଣ ହୋଇଥିଲା । ପରେ ମୁଖ୍ୟବକ୍ତା ମାର୍ଗଦର୍ଶନ କରିଥିଲେ । ଅଧ୍ୟକ୍ଷଙ୍କ ଅଭିଭାଷଣ ପରେ ବାର୍ଷିକ ମୁଖପତ୍ର “ପ୍ରଜ୍ଞା”ର ଉନ୍ମୋଚନ ମୁଖ୍ୟବକ୍ତାଙ୍କ ଦ୍ବାରା ହୋଇଥିଲା । ବିଦ୍ୟାଳୟ ଦ୍ବାରା ପ୍ରାୟୋଜିତ‌ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ‌ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ ତଥା ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସହ ପ୍ରଧାନାଚାର୍ଯ୍ୟ ତ୍ରିନାଥ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ବିଚିତ୍ରାରେ ନାଟ୍ୟଗୁରୁ ଟଙ୍କଧର ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡିଶୀ, ଶିଶୁ ପ୍ରାରମ୍ଭର ରେଳଗାଡିରେ ଭାରତ ଭ୍ରମଣ, ଶିଶୁବୋଧର‌ ରାମାୟଣ କଥା,ଗୁରୁ ଦିଲୀପ ସିଂହଦେଓଙ୍କ ନିର୍ଦ୍ଦେଶିତ ସମବେତ ସଙ୍ଗୀତ,ପ୍ରଥମ ଶ୍ରେଣୀର ଶିଶୁଙ୍କ ଦ୍ବାରା ଗିତୀନୃତ୍ୟ ଢମ ଢମ ବାଛୁଛି ଢୋଲ, ଦ୍ବିତୀୟ ଶ୍ରେଣୀରେ ଇନ ଆଖୋଁ ମେଁ ସୂରତ ତେରୀ, ତୃତୀୟ ଶ୍ରେଣୀରେ

ଝୁଲି ଝୁଲି ଆସୁଛେ କଳାମୋହନ, ନାଟକ ବୃକ୍ଷଲତା ଆମର ବନ୍ଧୁ ଓ ଉଜଡିଲା ସମାଜ, ଶ୍ରୀକୃଷ୍ଣ ରାସଲୀଳା, ହମ ଇଣ୍ଡିଆ ବାଲେ, ସମ୍ବଲପୁରୀ ନୃତ୍ୟ ପଞ୍ଚଦେବ ଜଣାଣ, ଶାରିରୀକ ପ୍ରଦର୍ଶନ, ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ଓ ଶେଷରେ ଲୋକନୃତ୍ୟ ସେମେଲ ତଲର୍ ମାତାରାନୀ ଆଦି ପରିବେଷଣ ହୋଇଥିଲା ।

ଏହିପରି ଭାବରେ କାର୍ଯ୍ୟକ୍ରମ ପ୍ରମୁଖା ନିରୂପମା ପାଣିଗ୍ରାହୀ ଓ ସାଂସ୍କୃତିକ ପ୍ରମୁଖା ଅଞ୍ଜଳିରାଣୀ ହୋତାଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସଂମ୍ପର୍ଣ୍ଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande