ଭୁବନେଶ୍ଵର 22 ଡିସେମ୍ବର (ହି.ସ.)
ଓଡ଼ିଶା ଉପକୂଳ ବିଷୟ ବସ୍ତୁ ଉପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପରିବେଶ କଂଗ୍ରେସ ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା ସରକାର ଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଓଡ଼ିଶା ଉପକୂଳର ପ୍ରାକୃତିକ ସମ୍ପଦ ଓ ପରିବେଶ କୁ ସୁରକ୍ଷା ଦେବା ପାଇଁ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ଜରୁରୀ ବୋଲି କହିଥିଲେ l ଜଳବାୟୁ ପରିବର୍ତ୍ତନ ଓ ବିକାଶ ପ୍ରକ୍ରିୟା ଆମ ଉପକୂଳ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ସାମାଜିକ ସଂଗଠନ, ସମଜକର୍ମୀ ତଥା ଗବେଷଣା ସଂସ୍ଥା ମାନଙ୍କ ଭିତରେ ସମନ୍ବୟ ପ୍ରତିଷ୍ଠା କରି ଏହାର ମୁକାବିଲା କରିବା ପାଇଁ ସେ ଆହ୍ବାନ ଦେଇଥିଲେ l
କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କ ପୋରହିତ୍ୟ ରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଶିଷ୍ଟ ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକ କହିଲେ ଯେ ଅର୍ଥନୈତିକ ବିକାଶ ଓ ପରିବେଶ ଭିତରେ ସନ୍ତୁଳନ ର ଅଭାବ ଆଜି ପରିସ୍ଥିତି କୁ ବିଗାଡି ହେଇଛି ଏବଂ ସାଧାରଣ ଜନତା ସଜାଗ ନହେଲେ ଭବିଷ୍ୟତରେ ପରିସ୍ଥିତି ଆହୁରି ଜଟିଳ ହେବ l
ଏହି ଅବସରରେ ଏକ ଖୋଲା ଅଧିବେଶନ କୁ ସଞ୍ଚାଳନ କରି ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ଓଡ଼ିଶାର ସମୁଦ୍ର ଉପକୂଳ ରେ ଥିବା ସାଧାରଣ ଜନତା, ସାମାଜିକ କର୍ମୀ/ ଅନୁଷ୍ଠାନ ଗୁଡିକର ସଂପୃକ୍ତି ଓ ଗବେଷଣା ତଥା ବୈଷୟିକ ସଂସ୍ଥା ମାନଙ୍କ ସହାୟତାରେ ଉପକୂଳ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇ ସରକାର ଙ୍କୁ ଦିଆଯିବ l
ପରିବେଶ କଂଗ୍ରେସ ର ଉପାଧ୍ୟକ୍ଷ ଡ ଜୟକୃଷ୍ଣ ପାଣିଗ୍ରାହୀ ଉପକୂଳ ର ଜୈବ ବିବିଧତା, ଚିଲିକା ହ୍ରଦ ଉପରେ ପ୍ରସ୍ତାବିତ ଉପକୂଳ ଜାତୀୟ ରାଜପଥ ର କୁପ୍ରଭାବ, ବନ୍ଦର ଶିଳ୍ପ, ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି କୁ ନେଇ ୧୬ ଦଫା ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯାହା ସଭାରେ ଗୃହୀତ ହୋଇଥିଲା l
ଚଳିତ ବର୍ଷ ଚଳିତ ବର୍ଷ ପ୍ରଫେସର ରାଧାମୋହନ ଗ୍ରୀନ ଅମାବସେଡର ବିଜେତା ଭାବରେ ଋଷିକୂଲ୍ୟା ରେ କଇଁଛ ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ପରିବେଶବିତ୍ ରବୀନ୍ଦ୍ରନାଥ ସାହୁ ଙ୍କୁ ପ୍ରଦାନ କରାଯାଇଥିଲା l ପଦ୍ମଶ୍ରୀ ଅଜୟ ପରିଡ଼ା ଯୁବ ବିଜ୍ଞାନୀ ପୁରସ୍କାର ପାଇଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଗବେଷକ ସ୍ମୁଟିରେଖ ଆଚାର୍ଯ୍ୟ l ସେହି ପରି ଅବସର ବେଉରା ଯୁବ ପରିବେଶବିତ୍ ପୁରସ୍କାର ପାଇଲେ ଉଷାରାଣୀ ବ୍ରହ୍ମା l ସେମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କାର ଚେକ୍ ସହିତ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଚଳିତ ବର୍ଷର ସୁଧାଂଶୁ ଭୂଷଣ ଗ୍ରୀନ କର୍ପୋରେଟ ପୁରସ୍କାର ମହାନଦୀ କୋଲ୍ଡ ଫିଲ୍ଡ କୁ ପ୍ରଦାନ କରାଯାଇଥିଲା l
ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ ତମୋଘ୍ନ ଆଚାର୍ଯ୍ୟ, କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଡ ଶରତ କୁମାର ପାଲିତା, ଡ ସୁଧୀର କୁମାର ରାଉତ ପ୍ରମୁଖ ମଞ୍ଚାସିନ ଥିଲେ l ପରିବେଶ କଂଗ୍ରେସ ର ସମ୍ପାଦକ ଭୃଗୁ ବକ୍ସିପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆସନ୍ତା ବର୍ଷ ପାଇଁ ୧୬ ତମ ପରିବେଶ କଂଗ୍ରେସ ର ବିଷୟ ବସ୍ତୁ ମହିଳା ଓ ପରିବେଶ, ରହିବ ବୋଲି ପ୍ରସ୍ତାବ ଦେଇଥିଲେ l
ଧରଣୀଧର ବିଶ୍ଵବିଦ୍ୟାଳୟ ର କାର୍ଯ୍ୟନିର୍ବାହୀ କୁଲପତି ଡ ପ୍ରତାପ କୁମାର ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡ ବିନାୟକ ରଥ, ଫକିର ମୋହନ ବିଶ୍ଵିଦ୍ୟାଳୟ ର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ, ଡ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ବିଭିନ୍ନ ଅଧିବେଶନ ରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l
ଏହି କାର୍ଯ୍ୟକ୍ରମ ର ପରିଚାଳନା କରିବା କ୍ଷେତ୍ରରେ ବିଶ୍ଵବିଦ୍ୟାଳୟ ର କର୍ମକର୍ତ୍ତା ଙ୍କ ସମେତ ଶ୍ରୀ ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ମନୋଜ ବାରିକ, ଶ୍ୟାମସୁନ୍ଦର ଖଡେଙ୍ଗl, ଶଙ୍କର୍ଷଣ ବେଜ୍, ଇ ଟି ରାଓ ପ୍ରମୁଖ ସହଯୋଗ କରିଥିଲେ l ବ୍ରହ୍ମପୁର ର ବିଶିଷ୍ଟ ପରିବେଶ ବିତ ଡ ସୁଧୀର ରାଉତ ତୃଣମୂଳ ସ୍ତରରେ କର୍ଯ୍ୟକରୁଥିବା ୧୫ ରୁ ଉର୍ଦ୍ଧ ପରିବେଶ କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା