ଅଯୋଧ୍ୟା, ୨୨ ଡିସେମ୍ବର (ହି.ସ.)- ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକ କାର୍ଯ୍ୟକ୍ରମ ଭାରତୀୟ ଗଣନା ଅନୁସାରେ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ର ମହାମନ୍ତ୍ରୀ ଚମ୍ପତ ରାୟ ।
ସେ କହିଛନ୍ତି ଯେ, ୨୦୨୫ ଜାନୁଆରୀ ମାସରେ ପୌଷ ଶୁକ୍ଳ ଦ୍ୱାଦଶୀ ଜାନୁଆରୀ ୧୧ ତାରିଖ ଦିନ ୧୨ଟା ୨୦ ରେ ମନ୍ଦିର ଗର୍ଭଗୃହରେ ଆଳତୀ ଏବଂ ବିଶେଷ ପୂଜା ହେବ । ଏହି ଅବସରରେ ତିନି ଦିବସୀୟ (୧୧, ୧୨ ଏବଂ ୧୩ ତାରିଖ) କାର୍ଯ୍ୟକ୍ରମ ଆୟୋଜିତ ହେବ । ବ୍ୟବସ୍ଥା ଦୃଷ୍ଟିରୁ ୫ଟି ସ୍ଥାନରେ ଆୟୋଜନ ସ୍ଥଳ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ