ଆଜି ବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର, ସ୍ମାରକ ପାଇଁ ଶୀଘ୍ର ଜମି ପ୍ରଦାନ କରିବେ ସରକାର
ନୂଆଦିଲ୍ଲୀ, 28 ଡିସେମ୍ବର (ହି.ସ.) -ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ପୂର୍ବାହ୍ନ 11.45 ମିନିଟ ସମୟରେ ନିଗମ ବୋଧ ଘାଟରେ ରାଜକୀୟ ଓ ପୂର୍ଣ୍ଣ ସୈନ୍ୟ ସମ୍ମାନ ସହ କରାଯିବ । ଏହା ପୂର୍ବରୁ ଦିବଂଗତ ନେତା ସିଂହଙ୍କ ପାର୍ଥିକ ଶରୀର ସ
ଆଜି ବୋଧ ଘାଟରେ ପୂର୍ବତନ    ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର, ସ୍ମାରକ ପାଇଁ ଶୀଘ୍ର ଜମି ପ୍ରଦାନ କରିବେ    ସରକାର


ନୂଆଦିଲ୍ଲୀ, 28 ଡିସେମ୍ବର (ହି.ସ.)

-ପୂର୍ବତନ

ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ପୂର୍ବାହ୍ନ 11.45 ମିନିଟ ସମୟରେ

ନିଗମ ବୋଧ ଘାଟରେ ରାଜକୀୟ ଓ ପୂର୍ଣ୍ଣ ସୈନ୍ୟ ସମ୍ମାନ ସହ କରାଯିବ । ଏହା ପୂର୍ବରୁ ଦିବଂଗତ

ନେତା ସିଂହଙ୍କ ପାର୍ଥିକ ଶରୀର ସକାଳେ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ

ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଏହାପରେ ପାରିବାରିକ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର

କରାଯିବ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ

ଗତକାଲି ରାତିରେ ବୟାନ ଜାରି କରି କହିଛି ଯେ, ସରକାର ଡ. ମନମୋହନ ସିଂଙ୍କ ସ୍ମାର ପାଇଁ ସ୍ଥାନ

ଆବଟଂନ କରିବୋ ଏବଂ ଏ ସଂପର୍କରେ ତାଙ୍କ ପରିବାର ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ

ସୂଚିତ କରାଯାଇଛି । କଂଗ୍ରେସ ଦାବି କରିଛି ଯେ, ଡ.ସିଂହଙ୍କ ଅନ୍ତିମ ସଂସ୍କାର ରାଜଘାଟ ନିକଟରେ

କରାଯାଉ, ଯେଉଁଠାରେ ପରେ ତାଙ୍କ ସ୍ମାରକ ବି ନିର୍ମାଣ କରାଯାଇପାରିବ । କେନ୍ଦ୍ରୀୟ ଗୃହ

ମନ୍ତ୍ରାଳୟ ନିଗମ ବୋଧ ଘାଟକୁ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଧାରିତ କରିଛି ଏବଂ ସ୍ମାରକ ପାଇଁ

ଖୁବ ଶୀଘ୍ର ଜମି ପ୍ରଦାନ କରିବାକୁ ଆଶ୍ୱାସନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande