ସିଲିଗୁଡି, ୩ ଡିସେମ୍ବର (ହି.ସ.)- ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଏବଂ ଆକ୍ରମଣ ଥମିବାର ନାଁ ନେଉନାହିଁ । ବାଙ୍ଗଲାଦେଶର କୌଣସି ନା କୌଣସି କୋଣରୁ ଏ ପ୍ରକାର ଆକ୍ରମଣର ଭିଡ଼ିଓ ସାମ୍ନାକୁ ଆସୁଛି । ବାଙ୍ଗଲାଦେଶ ସ୍ଥିତ ଇସ୍କନ ର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ରାଜଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି । ସେଠାରେ ସଂଖ୍ୟାଲଘୁ ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଏବଂ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି । ଏହାପରେ ଭାରତରେ ବାଙ୍ଗଲାଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ବିରୋଧରେ ସ୍ୱର ଉଠିବାରେ ଲାଗିଛି ।
ବାଙ୍ଗଲାଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ବିରୋଧରେ ସିଲିଗୁଡିରେ ପୋଷ୍ଟର ଲାଗିଛି । ସିଲିଗୁଡିର କିଛି ଶିକ୍ଷାନୁଷ୍ଠାନ ସମ୍ମୁଖରେ ସଡ଼କ ଉପରେ ମହମ୍ମଦ ୟୁନୁସଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ