ପ୍ରେରଣାର ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଲିକେଶ
ବଲାଙ୍ଗିର ୧୮ ଏପ୍ରିଲ (ହିସ) ବଲାଙ୍ଗୀର ଜିଲ୍ଲାର ବିକାଶ ଦୃତଗତିରେ ଆଗେଇ ଚାଲିଛି । ଏଥିରେ ବଲାଙ୍ଗୀରର ନେତା ଓ ଜନତା ଉ
ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଲିକେଶ


ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଲିକେଶ


ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଲିକେଶ


ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଲିକେଶ


ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଲିକେଶ


ବଲାଙ୍ଗିର ୧୮ ଏପ୍ରିଲ (ହିସ) ବଲାଙ୍ଗୀର ଜିଲ୍ଲାର ବିକାଶ ଦୃତଗତିରେ ଆଗେଇ ଚାଲିଛି । ଏଥିରେ ବଲାଙ୍ଗୀରର ନେତା ଓ ଜନତା ଉଭୟଙ୍କ ସହଭାଗିତା ରହିଛି । ବଲାଙ୍ଗୀରରେ ଜଳସେଚନ ପାଇଁ ଲୋୟର ସୁକତେଲ ଜଳସେଚନ ପ୍ରକଲ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ଏସଆଇଏଚମ ଅନୁଷ୍ଠାନ ହୋଇସାରିଛି । ତୁଷୁରାଠାରେ ଏକ ଉନ୍ନତ ଏୟାରପୋର୍ଟର ବ୍ୟବସ୍ଥା କରାଯାଉଛି । ନବୀନ ସରକାର ବଲାଙ୍ଗୀର ଜିଲ୍ଲାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏବେ ଆମେ ବଲାଙ୍ଗୀର ଜିଲ୍ଲାରୁ ଆଉଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇବା । ଆଗକୁ ଯୁବକଙ୍କ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରାଯିବାକୁ ଅଛି । ଠିକ ସେହିପରି ଗମନାଗମନର ସୁବିଧା ପାଇଁ ଖୋର୍ଦ୍ଧା- ବଲାଙ୍ଗୀର ରେଳଲାଇନ, ବାଇପାସ, ରିଂରୋଡ ସହ ଅନେକଗୁଡିଏ ରାସ୍ତାର ବିକାଶ କରାଯାଇଛି । ବଲାଙ୍ଗୀର ସହରର ବନ୍ଧଗୁଡିକର ପର୍ଯ୍ୟାୟକ୍ରମେ ଉନ୍ନତିକରଣ କରାଯାଉଛି ବୋଲି ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ଖବରକାଗଜର ୧୯ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ କହିଛନ୍ତି । ଶିକ୍ଷାବିତ ମନୋରଂଜନ ସାହୁଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ନନ୍ଦିନୀ ସାହୁଙ୍କ ସଂଯୋଜନାରେ ''ବଲାଙ୍ଗୀରର ବିକାଶ ଧାରାରେ ନେତା ଓ ଜନତା'' ଶୀର୍ଷକ ଆଲୋଚନାଚକ୍ରରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ବଲାଙ୍ଗୀର ଐତିହ୍ୟ ଉପରେ ବର୍ଣ୍ଣନା କରିଥିଲେ । ପ୍ରେରଣାର ସଂପାଦକ ରଘୁନନ୍ଦନ ସିଂହ ଖବରକାଗଜର ବାର୍ଷିକ ବିବରଣୀ ପ୍ରଦାନ କରି ଆଜି ପ୍ରେରଣା ଖବରକାଗଜ ଓ ୱେବପୋର୍ଟାଲ ଲୋକଙ୍କୁ ସଠିକ ନ୍ୟୁଜଦେଇ ତାର ଦାୟୀତ୍ୱ ନିର୍ବାହ କରୁଛି ବୋଲି କହିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥିଙ୍କୁ ସ୍ୱାଗତ କରି ଆଲୋଚନାଚକ୍ର ବିଷୟରେ ନିଜ ମତରଖିଥିଲେ । ଏହି ଅବସରରେ ପ୍ରେରଣା ପକ୍ଷରୁ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ, ସମାଜର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାମ୍ବାଦିକମାନଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ

କରାଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ଏହି ଅଞ୍ଚଳର ବିଶିଷ୍ଟ କବି ଓ କବୟିତ୍ରୀଙ୍କୁ ନେଇ ଏକ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ମଳୟ ମିଶ୍ରଙ୍କ ସଭାପତିତ୍ୱ ଓ କବୟିତ୍ରୀ ଚୁମକି ଦାସ ଓ ରତ୍ନମୟ ତ୍ରୀପାଠୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ ବହୁସଂଖ୍ୟାରେ କବି, କବୟିତ୍ରୀ କବିତାପାଠ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ବାଙ୍କାବିହାରୀ ପଣ୍ଡା,ଗବେଷକ ସୁରେଶପ୍ରସାଦ ଷଢଙ୍ଗୀ,ସାମ୍ବାଦିକ ସୁଧିର ମିଶ୍ର,ଶରତ ମହାକୁର, ରିତୁରାଜ ସିଂ, ମହେନ୍ଦ୍ର ଦର୍ଜି, ଅଧ୍ୟାପିକା ହିମାନୀ ତ୍ରୀପାଠୀ,ସହଯୋଗ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପ୍ରେରଣାର ସାମ୍ବାଦିକ ଦେବାଶିଷ ବହିଦାର, ବିନୋଦ ଦୀପ, ଜୟକୁମାର ମହାରଣା, ମନୋଜ ଜୈନ, ପ୍ରବୀଣ ମହାନ୍ତି,ନସୀବ ଖାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ରାଧାକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ

/ସମନ୍ୱୟ


 rajesh pande