ଟ୍ରକ ବାଇକ୍ ମୂହାଁମୁହିଁ ଧକ୍କା, ଯୁବକ ମୃତ
ଘଟଗାଁ, ୨୦ ଏପ୍ରିଲ(ହିସ) - ଟ୍ରକ ସହ ଏକ ବାଇକ୍ ମୁହମୁହିଁ ଧକ୍କା ହେବା ଫଳରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡ଼ଛି । ସୂଚ
ଟ୍ରକ  ବାଇକ୍ ମୂହମୁହିଁ ଧକ୍କା ଯୁବକ ମୃତ


ଘଟଗାଁ, ୨୦ ଏପ୍ରିଲ(ହିସ) - ଟ୍ରକ ସହ ଏକ ବାଇକ୍ ମୁହମୁହିଁ ଧକ୍କା ହେବା ଫଳରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡ଼ଛି । ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ପଦ୍ମପୁର ନୂଆସାହିର ମହେଶ୍ୱର ସାହୁଙ୍କ ପୁଅ ଆକାଶ ସାହୁ (୨୫) ବାଇକ୍ ଯୋଗେ ଭଦ୍ରକ ଯାଇ ଫେରୁଥିବା ବେଳେ ଆନନ୍ଦପୁର ଥାନା ଅଂଚଳର ବ୍ଲକ ଛକ ସମ୍ମୁଖରେ ବିପରୀତ ଦିଗରୁ ଏକ ଟ୍ରକ ସହ ମୁହମୁହିଁ ଧକ୍କା ହେବା ଫଳରେ ଘଟଣସ୍ଥଳରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି ! ଖବରପାଇ ଆନନ୍ଦପୁର ଥାନା ଓ ଅଗ୍ନିଶମ ବାହିନୀର କର୍ମାରୀମାନେ ପହଂଚି ମୃତକକୁ ଟ୍ରକ ତଳୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟ କୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆନନ୍ଦପୁର ପୋଲିସ ଖବର ପାଇ ପହଂଚି ପୋଲିସ୍ ସହାୟତାରେ ଶବକୁ ଜବଦ କରିବା ସହିତ ଶବ ବ୍ୟବଚ୍ଛେଦ କରାଯାଇଛି । ପୋଲିସ ତଦନ୍ତ ଚଳାଇଥିବା ବେଳେ ଧକ୍କା ଦେଇଥିବା ଗାଡିର ବାଇକ୍କୁ ଥାନାକୁ ନେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ/ସମନ୍ୱୟ


 rajesh pande