ସନ୍ଦେଶଖାଲିରେ ଉଦ୍ଧାର ହୋଇଥିବା ବୋମାକୁ ନିଷ୍କ୍ରିିୟ କରିବାପାଇଁ ପହଂଚିଲେ ଏନଏସଜି ଟିମ୍
କୋଲକାତା, ୨୬ ଏପ୍ରିଲ (ହିସ)- ସନ୍ଦେଶଖାଲି ଅଂଚଳରେ ଶାହଜହାଁଙ୍କ ଘନିଷ୍ଠ ସହଯୋଗୀଙ୍କ ଘରୁ ସିବିଆଇ ବହୁ ପରିମାଣର ବିଦେଶ
ସନ୍ଦେଶଖାଲିରେ ଉଦ୍ଧାର ହୋଇଥିବା ବୋମାକୁ ନିଷ୍କ୍ରିିୟ କରିବାପାଇଁ ପହଂଚିଲେ ଏନଏସଜି ଟିମ୍


କୋଲକାତା, ୨୬ ଏପ୍ରିଲ (ହିସ)- ସନ୍ଦେଶଖାଲି ଅଂଚଳରେ ଶାହଜହାଁଙ୍କ ଘନିଷ୍ଠ ସହଯୋଗୀଙ୍କ ଘରୁ ସିବିଆଇ ବହୁ ପରିମାଣର ବିଦେଶୀ ବନ୍ଧୁକ ଏବଂ ଗୁଳି ଜବତ କରିଛି । ଏହି ବୋମାଗୁଡିକୁ ନିଷ୍କ୍ରିିୟ କରିବା ପାଇଁ ଏନ୍ଏସଜି ଟିମ୍ ଘଟଣାସ୍ଥଳରେ ପହଂଚିଛି ।

ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ରୋବଟ୍ ଟିମ୍ ଘର ଭିତରୁ ବୋମା ବ୍ୟାଗ୍ ବାହାର କରିଛି, ଯାହାକୁ ନିସ୍କ୍ରିୟ କରିବାକୁ ହେବ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଏଜେନ୍ସିର ଏକ ସୂତ୍ରରୁ ପ୍ରକାଶ ଯେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି ଯେ ଏହା ସମଗ୍ର ଅଂଚଳରେ ଅଶାନ୍ତି ବ୍ୟାପିପାରେ ବୋଲି ଅନୁମାନ କରିଛି । ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande