ସନ୍ଦେଶଖାଲିରେ ସିବିଆଇ ଚଢାଉରେ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ
କୋଲକାତା, ୨୬ ଏପ୍ରିଲ (ହିସ)- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ ପଶ୍ଚିମବଙ୍ଗର ସନ୍ଦେଶଖାଲିର ଅ
ସନ୍ଦେଶଖାଲିରେ ସିବିଆଇ ଚଢାଉରେ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ


କୋଲକାତା, ୨୬ ଏପ୍ରିଲ (ହିସ)- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ ପଶ୍ଚିମବଙ୍ଗର ସନ୍ଦେଶଖାଲିର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଛି । ଏହି ସମୟରେ ବିଦେଶୀ ନିର୍ମିତ ପିସ୍ତଲ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।

ଅଧିକାରୀ ମାନେ କହିଛନ୍ତି ଯେ ଏହି ସର୍ଚ୍ଚ ଅପରେସନ ଇଡି ଦଳ ଉପରେ ଆକ୍ରମଣ ଘଟଣା ସହ ଜଡିତ । ଜାନୁୟାରୀ ୫ ରେ ସନ୍ଦେଶଖାଲିରେ ଏନଫୋର୍ସମେଂଟ ନିର୍ଦ୍ଦେଶାଳୟ ଏକ ରାସନ ସ୍କାମ ସମ୍ପର୍କରେ ରେଡ କରିବାକୁ ଯାଇଥିବା ବେଳେ ଇଡିକୁ ଆକ୍ରମଣ କରାଯାଇଥିଲା । ଏହା ପରେ ଶୁକ୍ରବାର ସକାଳେ ସିବିଆଇ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏବଂ ସେହି ସମୟରେ ବିଦେଶୀ ନିର୍ମିତ ପିସ୍ତଲ ସମେତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା ।

କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାନୁଆରୀ ୫ ରେ ଘଟିଥିବା ଘଟଣାରେ କେନ୍ଦ୍ରୀୟ ଏଜେନ୍ସି ତିନୋଟି ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା । ଏହା ପରେ ପଶ୍ଚିମବଙ୍ଗ ପୋଲିସ ତୃଣମୁଳ ନେତା ଶେଖ ଶାହଜାହଁଙ୍କୁ ଫେବୃଆରୀରେ ଗିରଫ କରିଥିଲା । ଏହି ଆକ୍ରମଣ ପ୍ରାୟ ଏକ ହଜାର ଲୋକଙ୍କ ଦ୍ୱାରା ତିନିଜଣ ଇଡି ଅଧିକାରୀ ଆହତ ହୋଇଥିଲେ । ଏହା ପରେ ଏଜେନ୍ସିର ଜଣେ ଡେପୁଟି ଡାଇରେକ୍ଟର ବଶିରହାଟ ପୋଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande