କମିଶନରେଟ ପୋଲିସ ର ଅପରେସନ ମଜୁନୁ
ଭୁବନେଶ୍ୱର, 3 ଅଗଷ୍ଟ (ହି. ସ)କମିଶନରେଟ ପୁଲିସ ପଞ୍ଝା ରେ ମଜୁନୁ ସତ୍ୟଜିତ ସାମଲ। କ୍ୟାପିଟାଲ ଥାନାରେ ଦୁଇଟି ଅଭିଯୋଗ ପରେ ଏହି ମଜୁନୁ କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ର ଘର ଯାଜପୁର ବିଂଝାରପୁର ଅଞ୍ଚଳରେ। ମିଛ ପୋଲିସ ଅଫିସର ପରିଚୟ ଦେଇ ଜୀବନ ସାଥି ମ୍ୟାଟ୍ରି ମନିଆଲ ସାଇଟ ରୁ ମହିଳା ଙ୍କୁ
କମିଶନରେଟ ପୋଲିସ ର ଅପରେସନ ମଜୁନୁ


ଭୁବନେଶ୍ୱର, 3 ଅଗଷ୍ଟ (ହି. ସ)କମିଶନରେଟ ପୁଲିସ ପଞ୍ଝା ରେ ମଜୁନୁ ସତ୍ୟଜିତ ସାମଲ। କ୍ୟାପିଟାଲ ଥାନାରେ ଦୁଇଟି ଅଭିଯୋଗ ପରେ ଏହି ମଜୁନୁ କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ର ଘର ଯାଜପୁର ବିଂଝାରପୁର ଅଞ୍ଚଳରେ।

ମିଛ ପୋଲିସ ଅଫିସର ପରିଚୟ ଦେଇ ଜୀବନ ସାଥି ମ୍ୟାଟ୍ରି ମନିଆଲ ସାଇଟ ରୁ ମହିଳା ଙ୍କୁ ଫସଉଥିଲା ମଜୁନୁ ଓରଫ ସତ୍ୟଜିତ ସାମଲ। ଟାର୍ଗେଟ ରେ ଥିଲେ ଡିଭୋର୍ସ ମହିଳା। ପଥମେ ଲଙ୍ଗ ଡ୍ରାଇଭ ପରେ ବିବାହ ତା ପରେ ମହିଳା ଙ୍କ ଠାରୁ ଟଙ୍କା ଓ ଗାଡି ନେଇ ଦୁବାଇ ଫେରାର ହେଇଯାଉଥିଲା ବୋଲି କମିସନରେଟ ପୋଲିସ କହିଛି ।

ଅଭିଯୋଗ ପରେ ଅଭିଯୁକ୍ତ ଦୁବାଇ ରେ ଅଛି ଜାଣି କମିଶନରେଟ ସିଲେକ୍ଟଡ଼ ଅଫିସର ଙ୍କୁ ନେଇ ପୁଲିସଙ୍କୁ ନେଇ ଆରମ୍ଭ କରିଥିଲା ଅପରେସନ ମଜୁନୁ। ଯେଉଁଥିଲେ ଜଣେ ମହିଳା ପୋଲିସ କୁ ଲେଲା ସଜେଇ ଅଭିଯୁକ୍ତ ଦୁବାଇ ରୁ ଭୁବନେଶ୍ୱର ଆଣିଥିଲା। ହେଲେ ଲେଲା ଲୋଭ ରେ ପଶିଗଲା ମଜୁନୁ। ଭୁବନେଶ୍ୱର ରେ ଲେଲା ପାଖରେ ପହଂଚିବା ପରେ ମାଡି ବସିଥିଲା ପୋଲିସ ।

ଓଡିଶା ସମେତ ଦିଲ୍ଲୀ,ଉତ୍ତର ପ୍ରଦେଶ , ପଶ୍ଚିମବଙ୍ଗ , ଭୋପାଲ ର ମହିଳା ହୋଇଛନ୍ତି ଠକାମୀର ଶିକାର। କ୍ୟାପିଟାଲ ଥାନାରେ ହୋଇଥିବା ଦୁଇଟି ଅଭିଯୋଗ ଅନୁସାରେ ପ୍ରଥମ ମହିଳା ଙ୍କ ଠାରୁ 36 ଲକ୍ଷ୍ ଟଙ୍କା ଓ ବଲେନୋ କାର ନେଇଥିବା ବେଳେ ଦ୍ଵିତୀୟ ମହିଳା ଙ୍କ ଠାରୁ 8 ଲକ୍ଷ୍ୟ ଟଙ୍କା ଓ ବୁଲେଟ ଗାଡି ନେଇଛି। ଅଭିଯୁକ୍ତ କୁ ଗିରଫ କରିବା ପରେ ତା ପାଖରୁ 2 ଲକ୍ଷ୍ 10 ହଜାର ନଗଦ ଟଙ୍କା, ବୁଲେଟ, ବଲେନା କାର, 3 ଟି ଫୋନ, ଗୋଟିଏ ବନ୍ଧୁକ ଏବଂ 3 ଟି ବ୍ୟାଙ୍କ ରୁ 1ଲକ୍ଷ୍ୟ 75 ହଜାର ଟଙ୍କା ସହ ଦୁଇଟି ମ୍ୟାରେଜ ଏଗ୍ରିମେଣ୍ଟ ଜବତ କରିଛି ପୋଲିସ୍ ବୋଲି ପୋଲିସ୍ କମିଶନର ସଂଜୀବ ପଣ୍ଡା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା / ସମନ୍ୱୟ


 rajesh pande