ଭୁବନେଶ୍ୱର ଅଗଷ୍ଟ 5(ହି.ସ)-ଆଜିର ସମୟରେ ସମସ୍ତଙ୍କ ପାଇଁ ଫିଟ ରହିବା ବହୁତ ଜରୁରୀ।କିନ୍ତୁ ଆଜିକାଲିର
ଜୀବନଶୈଳୀ ଯେପରି ଏହାରି ମଧ୍ୟରେ ଫିଟ ରହିବା ବହୁତ ମୁସ୍କିଲ।ଆଜିକାଲି ଯୁବପିଢିମାନେ ଭାବନ୍ତି
କି କେବଳ ଜିମ ଯାଇ ନିଜକୁ ଫିଟ ରଖିପାରିବେ କିନ୍ତୁ ତାହା ନୁହେଁ।କେତେଗୁଡିଏ ବ୍ୟାୟାମ କରିବା
ଦ୍ୱାରା ଆପଣଙ୍କର ଶରୀରର ଚିନ୍ତା ଦୁର ହୋଇଯିବ।
ଏଠାରେ ଆମେ ଆଲୋଚନା
କରିବା ଷ୍ଟ୍ରେଚିଙ୍ଗ ବିଷୟରେ।ଷ୍ଟ୍ରେଚିଙ୍ଗ ବିଶେଷ କରି ୱର୍କ ଆଉଟ ପୁର୍ବରୁ
କରାଯାଇଥାଏ।ପ୍ରତିଦିନ ଷ୍ଟ୍ରେଚିଙ୍ଗ କରି ଶରୀରକୁ ଫିଟ ରଖିପାରିବେ।ଏଠାରେ କହି ରଖିବୁ
ଷ୍ଟ୍ରେଚିଙ୍ଗର ଫାଇଦା ବିଷୟରେ। ଶରୀରର ଯେଉଁ
ସମସ୍ୟା ଅଛି ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ତାହା ଦୁର ହୋଇଯିବ।
ନିୟମିତ
ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ଶରୀରର ରକ୍ତ ସଂଚାର ଠିକସେ ହୋଇଥାଏ।ସଠିକ ଭାବେ ରକ୍ତ ସଂଚାର
ହେବା ଦ୍ୱାରା ମାଂସପେଷୀୟ ଗୁଡିକୁ ଅଧିକ ଅକ୍ସିଜେନ ଓ ପୋଷକ ତତ୍ୱ ମିଳିଥାଏ।ପ୍ରତିଦିନ
ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ମାନସିକ ଚାପରୁ ରକ୍ଷା ମିଳିଥାଏ।ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା
ଆପଣଙ୍କ ଶରୀର ଓ ମନ ସୁସ୍ଥ ରହିଥାଏ।
ତେଣୁ ପ୍ରତିଦିନ
ସକାଳ ଓ ସନ୍ଧ୍ୟାରେ ଅଧଘଣ୍ଟା ଅବଶ୍ୟ ଯୋଗ କରିବା
ଉଚିତ୍।ଯଦି ଆପଣଙ୍କୁ ଠିକରେ ନିଦ ହେଉନାହିଁ ତାହେଲେ ଆପଣଙ୍କୁ ଯୋଗ କରିବା ଉଚିତ୍।ଯୋଗ
କରିବା ଦ୍ୱାରା ଆମର ମାଂସପେଷୀ କମିବାରେ ସହାୟକ ହୋଇଥାଏ ।ଯେଉଁଥିପାଇଁ ଆମକୁ ନିଦ ଠିକ ହୋଇଥାଏ।ନିୟମିତ ଷ୍ଟ୍ରେଚିଂ କରିବା
ଦ୍ୱାରା ପିଠି ଯନ୍ତ୍ରଣା କମ୍ ହୋଇଥାଏ।ତେଣୁ ପ୍ରତିଦିନ ଷ୍ଟେଚିଙ୍ଗ୍ କରିବା ପାଇଁ ସମୟ ବାହାର
କରିବା ଆବଶ୍ୟକ।
ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା / ବନ୍ଦନା