ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାର ତଦନ୍ତ କରିବ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ
Bhubaneswar, 7 ଅଗଷ୍ଟ (ହି.ସ.) ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହରେ ନିୟୋଜିତଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ଦୁର୍ନିତୀ ସଂପର୍କରେ ବିଭିନ୍ନ ଅଭିଯୋଗ ଆସିବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ରାଜ୍ୟ କମିଟି ପକ୍ଷରୁ ନିୟୋଜିତ କରାଯାଇଛି । ଧାନ ମଣ୍ଡିରେ ଧାନ ସଂଗ୍ରହ ସମୟରେ
ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାର ତଦନ୍ତ କରିବ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ


Bhubaneswar, 7 ଅଗଷ୍ଟ (ହି.ସ.)

ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହରେ ନିୟୋଜିତଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ଦୁର୍ନିତୀ ସଂପର୍କରେ ବିଭିନ୍ନ ଅଭିଯୋଗ

ଆସିବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ରାଜ୍ୟ କମିଟି ପକ୍ଷରୁ ନିୟୋଜିତ କରାଯାଇଛି ।

ଧାନ ମଣ୍ଡିରେ ଧାନ ସଂଗ୍ରହ ସମୟରେ ଭାଗ ·ଷୀମାନଙ୍କର ଜାଲି ସାର୍ଟିଫିକେଟ ଦାଖଲ କରି

ଯୋଗାଣ ଅଧିକାରୀମାନଙ୍କ ସହାୟତାରେ ବିଭିନ୍ନ ଧାନ ମଣ୍ଡିରେ ସରକାରୀ ଅର୍ଥକୁ ହରିଲୁଟ କରିବା

ପାଇଁ ବିଭିନ୍ନ ସେବା ସମବାୟ ସମିତିରେ ଦୁର୍ନିତୀ ଗ୍ରସ୍ତ କର୍ମ·ରୀ ଓ ଯୋଗାଣ ବିଭାଗ ଅଧିକାରୀମାନଙ୍କ

ମଧ୍ୟରେ ମଧୁଚନ୍ଦି୍ରକା ସୃଷ୍ଟି ହୋଇଛି । ଏହି ବ୍ୟବସ୍ଥା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ନିୟୋଜିତ

ସେବା ସମବାୟ ସମିତିର କର୍ମ·ରୀ ଓ ଯୋଗାଣ ଅଧିକାରୀମାନେ ବ୍ୟାପକ ସରକାରୀ ଅର୍ଥକୁ

ହରିଲୁଟ କରୁଛନ୍ତି । ଏହି ଜିଲ୍ଲାରେ ଅବସ୍ଥାପିତ କୃଷକ ସେବା ସମବାୟ ସମିତିର ଅଧିକାରୀ ଓ

ଯୋଗାଣ ଅଧିକାରୀ ଏହା ଦ୍ୱାରା ବ୍ୟାପକ ଧନ ସମ୍ପତ୍ତି ଲୁଟ୍ କରୁଛନ୍ତି । ଏ ସଂପର୍କରେ ଆସନ୍ତା ୧୫ଦିନ ମଧ୍ୟରେ ଗ୍ରସ୍ତ କରି ରିପୋର୍ଟ ଦେବାକୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଥିବା

କଥା ରାଜ୍ୟ ଆବାହକ ତଥା ଆଇନ୍ଜୀବୀ ଶ୍ରୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ

କରିଛନ୍ତି । ଏହି କମିଟିରେ ଜୟପୁର ଆବାହକ ତଥା ନବରଙ୍ଗପୁର ବାର ଆସୋସିଏସନ୍ର ସଭାପତି

ଶ୍ରୀ ଅଶୋକ ମିଶ୍ର, ଭବାନୀପାଟଣାର ଆବାହାକ ସୁପ୍ରିମ୍ କୋର୍ଟର ଆଇନ୍ଜୀବୀ- ଶ୍ରୀ ସଞ୍ଜିବ୍

ଯୋଶୀ, ନବରଙ୍ଗପୁରର ଆବାହକ ସାମ୍ବାଦିକ ଶ୍ରୀ ଈଶ୍ୱର ରାଓ ଓ ସଂଯୋଜକ ଶ୍ରୀ ଅର୍ଜ୍ଜୁନ୍ ଭାତ୍ରଙ୍କୁ

ଏହି କମିଟିରେ ମନୋନୀତ କରାଯାଇଛି । ରାଜ୍ୟ ସମ୍ପାଦକ ଶ୍ରୀ ଶ୍ୟାମ ସୁନ୍ଦର ପଣ୍ଡା ଏହି କମିଟିକୁ

ସଂଯୋଜନା କରିବା ସଙ୍ଗେ ସଙ୍ଗେ ମଣ୍ଡି ଗ୍ରସ୍ତ ସମୟରେ ସାଧାରଣ ଲୋକ, ·ଷୀ ନେତା ଉପସ୍ଥିତ

ରହି ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ଓ ଏହି କମିଟିର ଗ୍ରସ୍ତ ସଂପର୍କରେ

କାର୍ଯ୍ୟସୂଚୀ ପରି·ଳନା କରିବା ପାଇଁ ସାଧାରଣ ସମ୍ପାଦକ ଶ୍ରୀ ଶ୍ୟାମ ସୁନ୍ଦର ପଣ୍ଡାଙ୍କୁ ଆବାହକ

ନିଯୁକ୍ତ କରାଯାଇଛି

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା / ସମନ୍ୱୟ


 rajesh pande