ହାତୀବନ୍ଧା ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ନୂଆପଡ଼ା, ୧୫ ଜାନୁଆରୀ(ହି.ସ.) – ହିନ୍ଦୁ ସମାଜକୁ ଏକତ୍ରିତ କରିବା ପାଇଁ ହିନ୍ଦୁ ସଂଗଠନ ବର୍ଷ ତମାମ୍ କିଛି ନା କିଛି ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଆସୁଛନ୍ତି। ହିନ୍ଦୁଧର୍ମକୁ ସୁରକ୍ଷିତ ଓ ହିନ୍ଦୁ ମାନଙ୍କ ହୃଦୟରେ ହିନ୍ଦୁତ୍ୱ ଜାଗୃତ କରି ଭାରତ ମାତାଙ୍କ ମାନ ମର୍ଯ୍ୟାଦା ବୃଦ୍ଧି କରିବାପାଇ
Hindu sammilani


ନୂଆପଡ଼ା, ୧୫ ଜାନୁଆରୀ(ହି.ସ.) – ହିନ୍ଦୁ ସମାଜକୁ ଏକତ୍ରିତ କରିବା ପାଇଁ ହିନ୍ଦୁ ସଂଗଠନ ବର୍ଷ ତମାମ୍ କିଛି ନା କିଛି ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଆସୁଛନ୍ତି। ହିନ୍ଦୁଧର୍ମକୁ ସୁରକ୍ଷିତ ଓ ହିନ୍ଦୁ ମାନଙ୍କ ହୃଦୟରେ ହିନ୍ଦୁତ୍ୱ ଜାଗୃତ କରି ଭାରତ ମାତାଙ୍କ ମାନ ମର୍ଯ୍ୟାଦା ବୃଦ୍ଧି କରିବାପାଇଁ ବିଭିନ୍ନ ମଣ୍ଡଳରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ କରାଯାଉଛି। ସେହିପରି ଆଜି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଠାରେ ସମଗ୍ର ହିନ୍ଦୁ ସମାଜ ହାତୀବନ୍ଧା ମଣ୍ଡଳ ଆନୁକୁଲ୍‌ଯରେ, ଶତାଧିକ ହିନ୍ଦୁ ମାନଙ୍କ ଉପସ୍ଥିତିରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍‌ଯ ହେଲା ହିନ୍ଦୁ ମାନଙ୍କ ହୃଦୟରେ ପଂଚ ପରିବର୍ତନ ଆଣିବା ଏବଂ ମାନବିକ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ମାନବ ସେବାରେ ନିଜକୁ ନିୟୋଜିତ କରିବା। ଉକ୍ତ ପଂଚ ପରିବର୍ତନ ହେଲା, ସାମାଜିକ ସମରସତା, ପର୍ଯ୍ୟାବରଣ ସଂରକ୍ଷଣ,କୁଟୁମ୍ବ ପ୍ରବୋଧନ, ସ୍ୱଆଧାରିତ ଜୀବନ, ଓ ନାଗରିକ କର୍ତବ୍ୟବୋଧ ଅନ୍ୟତମ। ଏହି କାର୍ଯ୍ୟକ୍ରମ ବିଷ୍ନୁ ପ୍ରସାଦ ନାୟକ ହିନ୍ଦୁ ସମାଜ ସଂଗଠକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ, ମୁଖ୍ୟଅତିଥି ଭାବେ ସଦାନନ୍ଦ ଠାକୁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସମାଜ ସଂଗଠକ ତଥା ସୁଦକ୍ଷ ଲେଖକ, ମୁଖ୍ୟବକ୍ତା ଭାବେ ତୁଳସୀରାମ ମେହେର ଅବସରପ୍ରାପ୍ତ ଶିକ୍ଷକ ସିନାପାଲି ସଙ୍କୁଳ ପ୍ରମୁଖ ତଥା ହିନ୍ଦୁ ସମାଜ ସଂଗଠକ, ସମ୍ମାନିତ ଅତିଥି ଭାବରେ ନୂଆପଡା ଜିଲ୍ଲା ବିଜେପି ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ସମାଜସେବୀ ଧରମ ସିଂ ମାଝୀ, ସୁରେଶ୍ୱର ମେହେର, କମଳାକାନ୍ତ ମେହେର, କିଶୋର ଧୀବର, ଜନ୍ମେଜୟ ମେହେର ଓ ଦିଲ୍ଲିପ ବାରିକ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍‌ଯ ଜ୍ଞାପନ ସହ ମଂଚ ପରିଚାଳନା କରିଥିଲେ ସରୋଜ ସିଂ ମିନା। ଧନ୍ୟବାଦ ଅର୍ପଣ କରିଥିଲେ ଧବଳେଶ୍ୱର ମେହେର। ଅଂଚଳର ଶତାଧିକ ହିନ୍ଦୁ ଭାଇଭଉଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande