







ସମ୍ବଲପୁର, ୧୫, 5 ଜାନୁଆରୀ (ହି.ସ.) ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୁରୁବାର ଜେଲ ଚକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ସମ୍ବଲପୁରୀ ଲୋକ ନୃତ୍ୟର ପ୍ରଶିକ୍ଷଣ ପାଇଁ ପ୍ରୁସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏକତା ମଞ୍ଚର ସାଂସ୍କୃତିକ ସଂଯୋଜକ ଦଶରଥ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାଯର୍ୟକ୍ରମରେ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରଶିକ୍ଷଣ, ଗବେଷଣା ଏବଂ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଧିକରୁ ଅଧିକ ଉପଯୋଗ ଉପରେ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଳୋଚନା କରାଯାଇଥିଲା । ଏଥିରେ ସର୍ବ ପ୍ରଥମେ ସମ୍ବଲପୁରୀ ଲୋକ ନୃତ୍ୟର ପ୍ରଶିକ୍ଷଣ କାଯର୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର କରାଯାଇଥିଲା । ଏହି ପ୍ରଶିକ୍ଷଣ କାଯର୍ୟକ୍ରମ ପାଇଁ ଗୁରୁ ରଞ୍ଜିତ ସାହୁଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆସନ୍ତା ସରସ୍ବତୀ ପୂଜା ତଥଶ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଏହି ପ୍ରଶିକ୍ଷଣ କାଯର୍ୟକ୍ରମ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଆଗକୁ ଡେରା ପରିସରରେ ସମ୍ବଲପୁରୀ ଲୋକସଙ୍ଗୀତ ସହ ସମ୍ବଲପୁରୀ ଚିତ୍ରକଳା ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବା ନେଇ ମଧ୍ୟ ଆଳୋଚନା କରାଯାଇଥିଲା । ଡେରା ପରିସରରେ ବର୍ତ୍ତମାନ କିକ ବକ୍ସିଂ ପ୍ରଶିକ୍ଷଣ ଜାରି ରହିଥିବା ବେଳେ ବସ୍ତୀି ଅଞ୍ଚଳର ଛାତ୍ରୀମାନେ ମଧ୍ୟ ପଦକ ହାସିଲ କରି ଗୌରବ ଅର୍ଜନ କରି ପାରିଥିବାରୁ କୋଚ ସୁବ୍ରତ ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ବୈଠକରେ ମଞ୍ଚର ଉପଦେଷ୍ଠା ଡ. ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ,ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ରାଜେଶ ସ୍ବାଇଁ, ବିରଞ୍ଚି ନାରାୟଣ ନାୟକ, ପ୍ରେମ ସାହାଣୀ ପ୍ରମୁଖ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ